ଏଲ୍‌ଏସି ନିକଟରେ ୫୦ ହଜାରରୁ ଊର୍ଦ୍ଧ୍ୱ ଯବାନ ମୁତୟନ କଲା ଚୀନ

ବେଜିଂ, ସେପ୍ଟେମ୍ବର ୨୮ : ଚୀନ ପୁଣି ଥରେ ଯୁଦ୍ଧକୁ ପ୍ରେତ୍ସାହନ ଦେବା ଭଳି ପରିସ୍ଥିତି ସୃଷ୍ଟି କରିଛି । ଚୀନ ସେନା ପୂର୍ବ ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ୫୦ ହଜାରରୁ ଊର୍ଦ୍ଧ୍ୱ ସୈନିକଙ୍କୁ ମୁତୟନ କରିଛି । ଏହା ପରେ ଚୀନ ଡ୍ରେନକୁ ବ୍ୟବହାର କରୁଛି । ଏହି ଡ୍ରୋନ ଭାରତୀୟ ପୋଷ୍ଟ ନିକଟରେ ଉଡୁଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ପିପୁଲ୍ସ ଲିବରେଶନ ଆର୍ମିର ଡ୍ରୋନର ଗତିବିଧି ଦୌଲତ ବେଗ ଓଲ୍ଡି ସେକ୍ଟର, ଗୋଗରା ହାଇଟସ ଆଦି ଅଂଚଳରେ ଦେଖାଯାଉଛି ।

gpkandhamal

ଭାରତୀୟ ସେନା ଚୀନର ଏହି କାମ ଉପରେ କଡ଼ା ନଜର ରଖିଛି । ସୂତ୍ର ଅନୁସାରେ ଭାରତୀୟ ସେନା ବହୁତ ସତର୍କ ଭାବରେ କାମ କରୁଛି । ଭାରତୀୟ ସେନା ମଧ୍ୟ ବ୍ୟାପକ ଭାବରେ ଡ୍ରୋନ ମୁତୟନ କରୁଛି । ଭାରତ ଖୁବ ଶୀଘ୍ର ଇସ୍ରାଏଲ ଓ ଭାରତୀୟ ଡ୍ରୋନ୍‌ର ବ୍ୟବହାର କରିବ । ଏହି ଡ୍ରୋନକୁ ସୀମାରେ ଚୀନ ସହ ଚ୍ୟାଲେଞ୍ଜ କରିବା ଲାଗି ଅଧିଗ୍ରହିତ କରାଯାଇଛି ।

Umasankar Adv
Leave A Reply

Your email address will not be published.