ହରିୟାଣାରେ ୨୦୨୨ ସେପ୍ଟେମ୍ବର ଯାଏଁ ଗୁଟଖା ଓ ପାନମସଲାର ବିକ୍ରି ଉତ୍ପାଦନ ମନା

ଚଣ୍ଡୀଗଡ଼, ସେପ୍ଟେମ୍ବର ୨୮ : ହରିୟାଣା ସରକାର ଆଗାମୀ ଏକ ବର୍ଷ ପାଇଁ ରାଜ୍ୟରେ ଗୁଟଖା ଓ ପାନମସଲାର ବ୍ରିକ୍ରି ତଥା ଉତ୍ପାଦନ ଉପରେ ରୋକ ଲଗାଇଛନ୍ତି । ରାଜ୍ୟ ସରକାର ୨୦୨୨ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପାନ ମସଲା ଓ ଗୁଟଖା ବିକ୍ରି ଉପରେ କଟକଣା ଜାରି କରିଛନ୍ତି । ଏନେଇ ରାଜ୍ୟ ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଏକ ବିଜ୍ଞପ୍ତି ପ୍ରକାଶ କରିଛି । 

gpkandhamal

ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନୋଟିସ ଜିଲ୍ଲାପାଳ, ଏସ୍‌ପି ଓ ଖାଦ୍ୟ ନିରୀକ୍ଷକଙ୍କୁ ପଠାଯାଇଛି । ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମର ବୃଦ୍ଧିକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଗତବର୍ଷ ପାନମସଲା, ଗୁଟଖାର ବିକ୍ରି ଓ ଉତ୍ପାଦନକୁ ବନ୍ଦ କରିଥିଲେ । ରାଜ୍ୟ ସରକାର ସୋମବାର ନିଷ୍ପତ୍ତି ନେଇଛନ୍ତି ଯେ, ଗୁଟଖା ଓ ପାନ ମସଲା ବିକ୍ରି ଓ ଉତ୍ପାଦନ ଉପରେ ଲାଗୁ ହୋଇଥିବା କଟକଣା ଆହୁରି ଏକ ବର୍ଷ ପାଇଁ ବଳବତ୍ତର ରଖାଯିବ । ସରକାରଙ୍କ ନୂଆ ବିଜ୍ଞପ୍ତି ଜାରି ହେବା ପଯେ ଯଦି କେହି ଅସାଧୁ ଭାବେ ପାନମସଲା ଓ ଗୁଟଖା ବିକ୍ରି କରଥାନ୍ତି, ତା’ହେଲେ ଏହାକୁ ବେଆଇନ ଦର୍ଶାଯିବ । 

Umasankar Adv
Leave A Reply

Your email address will not be published.