କମିଶନରେଟ ପୋଲିସ ହାତରେ ୩ ହଇୱେ ଲୁଟେରା

ଭୁବନେଶ୍ୱର, ସେପ୍ଟେମ୍ବର ୨୮ : କମିଶନରେଟ ପୋଲିସ ପଞ୍ଝାରେ ୩ ହଇୱେ ଲୁଟେରା । କମିଶନରେଟ ପୋଲିସ ମଙ୍ଗଳବାର ଭୋରୁ ଏହି ୩ ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ବନ୍ଧୁକ ଏବଂ ବାଇକ ମଧ୍ୟ ଜବତ କରିଛି ପୋଲିସ । 

gpkandhamal

ସୂଚନା ଅନୁସାରେ, ଲୁଟେରାମାନେ ପିସ୍ତଲ ଧରି ସତସଙ୍ଗ ବିହାର ରାସ୍ତାରେ ଲୁଟ ପାଟ ପାଇଁ ପ୍ରସ୍ତୁତ ହେଉଥିଲେ । ବାଣିବିହାର ଓ ରସୁଲଗଡ ରାସ୍ତାରେ ସତସଙ୍ଗ ବିହାର ପାଖରେ ପଥଚାରୀ, ବାଇକ କିମ୍ବା ଟ୍ରକ ଚାଳକଙ୍କୁ ଟାର୍ଗେଟ କରିଥାନ୍ତେ । କିନ୍ତୁ ଖବର ପାଇଁ ସହିଦନଗର ଥାନାର ପିସିଆର ଘଟଣାସ୍ଥଳରେ ପହଞ୍ଚିଥିଲା ।

Umasankar Adv

ପୋଲିସକୁ ଦେଖି ଲୁଟେରା ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ । ହେଲେ ପିସିଆରରେ ଥିବା ପୋଲିସ କର୍ମଚାରୀ ଏହି ୩ ଜଣଙ୍କୁ କାବୁ କରି ଥାନାକୁ ଆଣିଥିଲେ । ଏମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ବାଇକ ଜବତ କରାଯାଇଛି ।

Leave A Reply

Your email address will not be published.