ବଦଳିଲା ‘ଫ୍ଲିପ୍‌କାର୍ଟ ବିଗ୍ ବିଲିୟନ୍ ଡେ ସେଲ୍‌’ର ତାରିଖ

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୮ : ‘ଫ୍ଲିପ୍‌କାର୍ଟ ବିଗ୍ ବିଲିୟନ ଡେ ସେଲ୍‌’ର ତାରିଖ ପରିବର୍ତ୍ତନ କରାଯାଇଛି । ପ୍ରଥମେ ଫ୍ଲିପ୍‌କାର୍ଟ ସେଲ୍ ପାଇଁ ତାରିଖ ଘୋଷଣା କରାଯାଇଥିଲା ଏବଂ ନିକଟରେ ଆମାଜନ ଗ୍ରେଟ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲର ତାରିଖ ଘୋଷଣା ହୋଇଥିଲା । ଆମାଜନ ସେଲର ତାରିଖ ଘୋଷଣା ହେବା ପରେ ଫ୍ଲିପକାର୍ଟ ନିଜର ସେଲ ତାରିଖରେ ପରିବର୍ତ୍ତନ ଆଣିଛି । ଏବେ ଫ୍ଲିପ୍‌କାର୍ଟ ବିଗ ବିଲିୟନ ଡେ’ ସେଲ ମଧ୍ୟ ଆମାଜନ ପରି ଅକ୍ଟୋବର ୩ ତାରିଖ ଠାରୁ ଆରମ୍ଭ ହେବ । ଏହା ଅକ୍ଟୋବର ୧୦ ତାରିଖ ଯାଏଁ ଜାରି ରହିବ । 

gpkandhamal

ସୂଚନାଯୋଗ୍ୟ, ପୂର୍ବରୁ ବିଗ ବିଲିୟନ ଡେ’ ସେଲର ଆରମ୍ଭ ଅକ୍ଟୋବର ୭ ତାରିଖ ଠାରୁ ହେବାର ଥିଲା, ଯାହାକି ଅକ୍ଟୋବର ମାସ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । ଏହି ସମୟ ମଧ୍ୟରେ ସ୍ମାର୍ଟଫୋନ, ଟେବଲେଟ, ସ୍ମାର୍ଟୱାଚ, ଲ୍ୟାପଟପ, ଇଅରବୁଡ୍ସ ଆଦି ଜିନିଷ ସ୍ୱତନ୍ତ୍ର ରିହାତି ସହିତ କିଣାଯାଇପାରିଥାନ୍ତା । 

Umasankar Adv

ଫ୍ଲିପକାର୍ଟ ପ୍ଲସ ମେମ୍ବରଙ୍କ ପାଇଁ ସେଲ ପ୍ରଥମେ ଆରମ୍ଭ ହେଲେ ଯେଉଁ ଗ୍ରାହକ ସଦସ୍ୟ ନାହାନ୍ତି, ସେମାନେ ଆପରେ ୫୦ ସୁପରକଏନ ବ୍ୟବହାର କରି ସେଲକୁ ଆକ୍ସସେଜ କରିପାରିବେ । କେବଳ ସ୍ମାର୍ଟଫୋନ ନୁହେଁ, ପରନ୍ତୁ ଫିଚର ଫୋନ୍ସ ମଧ୍ୟ ଫ୍ଲିପକାର୍ଟ ସେଲରେ ଗ୍ରହକଙ୍କୁ ଶସ୍ତାରେ ମିଳିବ । ସେଲ ସମୟରେ ଓପୋ, ମୋଟୋର୍ଲା, ରିଏଲାମ ବ୍ୟତୀତ ପୋକୋ, ଭିଭୋ ଓ ସାମସଙ୍ଗ ବ୍ରାଣ୍ଡ ନିଜର ନୂଆ ଉତ୍ପାଦ ଲଂଚ କରିବ । 

Leave A Reply

Your email address will not be published.