ୟୁଏଇରେ ବିଜୟର ସ୍ୱାଦ ଚାଖିଲା ହାଇଦ୍ରାବାଦ

ଦୁବାଇ, ସେପ୍ଟେମ୍ବର ୨୮ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ୪୦ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ସୋମବାର ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରିବା ସହିତ ଚଳିତ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟର ମ୍ୟାଚରେ ବିଜୟର ସ୍ୱାଚ ଚାଖିଛି । ଏହା ପୂର୍ବରୁ ହାଇଦ୍ରାବାଦ ପଂଜାବ କିଙ୍ଗସ ବିରୋଧରେ ଗତ ମାର୍ଚ୍ଚ ୧୪ ତାରିଖରେ ୯ୱିକେଟ୍‌ରେ ବିଜୟୀ ହୋଇଥିଲା । ଦେଶରେ କରୋନା ପଜିଟିଭ ସଂଖ୍ୟା ବଢ଼ିଚାଲିବା ପରେ ଆଇପିଏଲ୍ ମ୍ୟାଚକୁ ମାର୍ଚ୍ଚ ଶେଷ ସପ୍ତାହରେ ସ୍ଥଗିତ ରଖାଯାଇଥିଲା । ଆଇପିଏଲ୍‌ର ୨ୟ ପର୍ଯ୍ୟାୟ ଏବେ କିଛି ଦିନ ହେଲା ୟୁଏଇରେ ଜାରି ରହିଛି । ରାଜସ୍ଥାନ ରୟାଲ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ହାଇଦ୍ରାବାଦ କିଛି ଦିନ ପୂର୍ବରୁ ୟୁଏଇରେ ଦିଲ୍ଲୀ ଠାରୁ ୮ ୱିକେଟ ଓ ପଂଜାବ ଠାରୁ ୫ ରନ୍‌ରେ ପରାସ୍ତ ହୋଇଥିଲା । 

gpkandhamal

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡ଼ିୟମରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ଟି ୱିକେଟ ହରାଇ ୧୬୪ ରନ ସଂଗ୍ରହ କରିଥିଲା । ଜବାବରେ ହାଇଦ୍ରାବାଦ ବିଜୟ ଲକ୍ଷ୍ୟକୁ ୧୮.୩ ଓଭରରେ ୩ଟି ୱିକେଟ ହରାଇ ହାସଲ କରିଥିଲା । ଜସନ ରାୟ ସନରାଇଜର୍ସ ହାଇଦ୍ରାବାଦ ପାଇଁ ପଦାର୍ପଣ କରି ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଋଦ୍ଧିମାନ ଶାହାଙ୍କ ସହିତ ହାଇଦ୍ରାବାଦର ଭଲ ଆରମ୍ଭ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ପ୍ରଥମ ୱିକେଟ ପାଇଁ ୫୭ ରନ୍ ଯୋଡ଼ିଥିଲେ । ଏହା ପରେ ରାୟ ଅଧିନାୟକ କେନ ୱିଲିୟମସନଙ୍କ ସହିତ ପୁଣି ଏକ ଅର୍ଦ୍ଧଶତକରେ ଭାଗିଦାରୀ ହୋଇଥିଲେ ।  

Umasankar Adv
Leave A Reply

Your email address will not be published.