ବିଶ୍ୱରେ କରୋନାଜନିତ ମୃତ୍ୟୁ ୪୭.୬୭ ଲକ୍ଷ

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୮ : କରୋନା ଭାଇରସ ମହାମାରୀରେ ସମଗ୍ର ବିଶ୍ୱର ଜନତା ଛଟପଟ ହେଉଛନ୍ତି । କରୋନା ଯୋଗୁଁ ବିକାଶ କାମରେ ବ୍ୟାପକ ବାଧା ପହଂଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ବିଶ୍ୱରେ ଦୈନିକ ସଂକ୍ରମଣ ହ୍ରାସ ପାଇଛି । ୩ ଲକ୍ଷ ୪୨ ହଜାର ୧୬୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୯୬୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । 

gpkandhamal

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୩ କୋଟି ୩୦ ଲକ୍ଷ ୧୨ ହଜାର ୪୦୯ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୭ ଲକ୍ଷ ୬୭ ହଜାର ୮୦୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨୦ କୋଟି ୯୬ ଲକ୍ଷ ୯୬ ହଜାର ୪୪୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୫ ଲକ୍ଷ ୪୮ ହଜାର ୧୬୨ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୨ ହଜାର ୨୯୪ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । 

Umasankar Adv
Leave A Reply

Your email address will not be published.