ଝାଡ଼ଖଣ୍ଡ: ବୋକାରୋରେ ଦୁର୍ଘଟଣା

ବୋକାରୋ, ସେପ୍ଟେମ୍ବର ୨୮ : ଝାଡ଼ଖଣ୍ଡର ଶିଳ୍ପ ନଗରୀ ବୋକାରୋସ୍ଥିତ ବେଦାନ୍ତ ଇଲକ୍ଟ୍ରୋଷ୍ଟିଲ କାରଖାନାରେ ସୋମବାର ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ଏଠାରେ କାର୍ଯ୍ୟରତ ୩ ଜଣ ଶ୍ରମିକଙ୍କ ଲିଫ୍ଟ ଖସିଯିବାରୁ ମୃତ୍ୟୁ ହୋଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇଲେକ୍ଟ୍ରୋଷ୍ଟିଲ କାରଖାନାର ବିଏଫ-୨ରେ ମରାମତି କାମ ଚାଲିଥିଲା । ଏହି ୩ ଜଣ ଶ୍ରମିକ ବିଏଫ-୨ରେ କାମ କରୁଥିଲେ । ଏହି ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲିଫ୍ଟ ଖସିପଡ଼ିଥିଲା । ଘଟଣାସ୍ଥଳରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ କିଛି ଲୋକ ଆହତ ହୋଇଥିବା ସୂଚନା । 

gpkandhamal

କୁହାଯାଉଛି ଯେ, ତିନି ଜଣ ଶ୍ରମିକ କାରଖାନାରେ ଠିକାଦାର ଅଧିନରେ କାମ କରୁଥିଲେ । ମୃତକମାନଙ୍କ ମଧ୍ୟ ଶାହନବାଜ ଆଲମ (୨୦), ମହମ୍ମଦ ଓସାମା (୧୮) ଓ ମହମ୍ମଦ ସୁଲତାନ (୨୭) ଅଛନ୍ତି । ମୃତକଙ୍କ ଶବ ବୋକାରୋ ସରକାରୀ ହସ୍ପିଟାଲର ଶବଗୃହରେ ରଖାଯାଇଛି । ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।  

Umasankar Adv
Leave A Reply

Your email address will not be published.