ରହସ୍ୟମୟୀଙ୍କ ରହସ୍ୟ ଉପରୁ ଉଠୁଛି ପରଦା

ବାଲେଶ୍ୱର, ସେପ୍ଟେମ୍ବର ୨୭ : ତଥ୍ୟ ଲିକ୍ ମାମଲାରେ ଗିରଫ ଅଭିଯୁକ୍ତମାନେ ଏବେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ରହିଛନ୍ତି । ଅଭିଯୁକ୍ତ ମାନଙ୍କ ରିମାଣ୍ଡ ଅବଧି ଯେତିକି ଯେତିକି ସରି ଆସୁଛି ରହସ୍ୟ ଉପରୁ ମଧ୍ୟ ସେତିକି ସେତିକି ପରଦା ଉଠିବାରେ ଲାଗିଛି । ସୂଚନା ଅନୂସାରେ ପୁରା ମାମଲା ହନିଟ୍ରାପର ରହିଥିବା ବେଳେ ଏହା ପଛରେ ରହିଥିବା ରହସ୍ୟମୟୀ ଯୁବତୀଙ୍କ ସନ୍ଧାନ ପାଇବା ପାଇଁ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ମାନଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା । ପ୍ରଥମେ ହନିଟ୍ରାପ ତାପରେ ବିବାହର ପ୍ରସ୍ତାବ ଦେଇଥିବା ରହସ୍ୟମୟୀ ଯୁବତୀଙ୍କ ବିଷୟରେ ଏବେ ଆଉ ଏକ ସଙ୍ଗୀନ୍ ତଥ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଯୁବତୀ ଜଣଙ୍କ ଅଭିଯୁକ୍ତ ମାନଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ କରିଥିବା ଜଣାପଡିଛି ।ଦୀର୍ଘ ୮ ମାସ ଧରି ଅଭିଯୁକ୍ତ ମାନଙ୍କ ଫୋନ୍ ହ୍ୟାକ କରି ଯୁବତୀ ଚାନ୍ଦିପୁର କ୍ଷେପଣାସ୍ତ୍ର ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରୁଥିଲେ ।

gpkandhamal

ବିଦେଶରେ ରହି ଅଭିଯୁକ୍ତ ମାନଙ୍କ ଫୋନ୍ ହ୍ୟାକ କରି ବଡ ବଡ ଅଧିକାରୀଙ୍କ ଗତିବିଧି ଉପରେ ନଜର ରଖୁଥିଲେ ରହସ୍ୟମୟୀ ଯୁବତୀ । ତେବେ ଏବେବି ରହସ୍ୟମୟୀ ଯୁବତୀ ଜଣଙ୍କ କିଏ ଓ ତାଙ୍କ ପ୍ରକୃତ ଉଦ୍ଦେଶ୍ୟ ଜଣାପଡିନଥିବା ବେଳେ କ୍ରାଇମବ୍ରାଞ୍ଚ ଏ ଦିଗରେ ତନାଘନା ଜାରି ରଖିଛି । ସୂଚନା ଅନୂଯାରେ ସମ୍ପୃକ୍ତ ଯୁବତୀ ଜଣଙ୍କ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ ଜଣଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଏହା ସହ ଜଣଙ୍କୁ ଚାନ୍ଦିପୁର ଆସିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ ।ଏକ କାଳୀନ ଭାବରେ ୭ଟି ଭିନ୍ନ ଭିନ୍ନ ଆକାଉଣ୍ଟରୁ ରହସ୍ୟମୟୀ ଯୁବତୀ ତଥ୍ୟ ହାସଲ କରୁଥିଲେ । ହ୍ୱାଟସଆପ୍‌, କଲ୍‌, ମେସେଞ୍ଜର ଏଭଳି ମାଧ୍ୟମରେ ଦୀର୍ଘ ଦେଢ ବର୍ଷ ଧରି ଏହି ରହସ୍ୟମୟୀ ଅଭିଯୁକ୍ତ ମାନଙ୍କ କଣ୍ଟାକ୍ଟରେ ରହିଆସିଥିଲେ । ଅନ୍ୟପଟେ ଯୁବତୀ ଜଣଙ୍କ ପାକିସ୍ତାନର ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ ୨୦୨୦ ମସିହା ଫେବୃଆରୀ ମାସରୁ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ଆସିଥିଲେ । ଅଭିଯୁକ୍ତ ମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ଅଭିଯୁକ୍ତ ମାନଙ୍କୁ ପୁଣି ଥରେ ରିମାଣ୍ଡରେ ନିଆଯାଇ ପାରେ ବୋଲି ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଥିଲା ।

Umasankar Adv
Leave A Reply

Your email address will not be published.