ପଂଜାବ କଂଗ୍ରେସରେ ପୁଣି ବିବାଦ

ଚଣ୍ଡୀଗଡ଼, ସେପ୍ଟେମ୍ବର ୨୯ : ପଂଜାବ କଂଗ୍ରେସରେ ମଙ୍ଗଳବାର ପୁଣି ଥରେ ବିବାଦ ଆରମ୍ଭ ହୋଇଯାଇଛି । ଗତ ୨୦ ତାରିଖରେ ଚରଣଜୀତ ସିଂହ ଚନ୍ନୀ ମୁଖ୍ୟମନ୍ତ୍ରୀ ହେବା ପରେ କୁହାଯାଉଥିଲା ଯେ, ପଂଜାବ ଏଣିକି ଠିକ୍‌ଠାକ ଚାଲିବ । କିନ୍ତୁ ଠିକ ୮ ଦିନ ପରେ ନଭଜ୍ୟୋତ ସିଂହ ସିଦ୍ଧୁ କଂଗ୍ରେସର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାରେ ସେ ଲେଖିଛନ୍ତି ଯେ, ମୁଁ କଂଗ୍ରେସର ଭବିଷ୍ୟତ ଏବଂ ପଂଜାବର କଂଗ୍ରେସ ସଭାପତି ପଦରୁ ମଙ୍ଗଳ ପାଇଁ ଇସ୍ତଫା ଦେଇଛି ।  ମାତ୍ର ସିଦ୍ଧୁ ସ୍ପଷ୍ଟ ଭାବେ କହିଛନ୍ତି, କଂଗ୍ରେସ ପାଇଁ କାମ କରିବେ । 

gpkandhamal

କୁହାଯାଉଛି ଯେ, ସିଦ୍ଧୁଙ୍କ ସହିତ ବ୍ୟକ୍ତିଗତ କଳହ କାରଣରୁ କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କ୍ୟାପଟେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୮ ଦିନ ପରେ ଚରଣଜୀତ ସିଂହ ଚନ୍ନୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ । ଏହି ସମୟରେ ସିଦ୍ଧୁ ଭାବୁକ ଦେଖାଯାଇଥିଲେ ଏବଂ ନିଜକୁ ନିୟନ୍ତ୍ରିତ କରିପାରି ନଥିଲେ । ଚନ୍ନୀଙ୍କ ସହିତ ହାତ ମିଶାଇ ଥିଲେ । କେବଳ ଏତିକି ନୁହେଁ ୭ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ସହିତ ଘରୋଇ ଜେଟରେ ବସି ଦିଲ୍ଲୀ ଗସ୍ତ କରିଥିଲେ । 

Umasankar Adv

ଆଠ ଦିନ ପୂର୍ବରୁ କୁହାଯାଉଥିଲା ଯେ, ଚରଣଜୀତ ସିଂହ ଚନ୍ନୀଙ୍କୁ ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ କରି କଂଗ୍ରେସ ପଂଜାବରେ ବଡ଼ ମାଷ୍ଟରଷ୍ଟୋକ ଖେଳିଛି । କିନ୍ତୁ ୮ ଦିନରେ ସିଦ୍ଧୁ ଏଥିରୁ ପବନ ବାହାର କରିଦେଇଛନ୍ତି । ସିଦ୍ଧୁଙ୍କ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ, ମୁଁ ପୂର୍ବରୁ ମଧ୍ୟ କହୁଥିଲି ଯେ, ସେ ଜଣେ ସ୍ଥିତ ମଣିଷ ନୁହଁନ୍ତି । ପଂଜାବ ଭଳି ସୀମାକୁ ଲାଗି ରହିଥିବା ରାଜ୍ୟ ପାଇଁ ସିଦ୍ଧୁ ଉପଯୁକ୍ତ ନୁହଁନ୍ତି । ନଭଜ୍ୟୋତ ସିଂହ ସିଦ୍ଧୁଙ୍କୁ ନେଇ ଏବେ ପ୍ରଶ୍ନ ଉଠୁଛି ଯେ,ଦଳ ଛାଡୁଛନ୍ତି କାହିଁକି?

Leave A Reply

Your email address will not be published.