ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ବଲବୀର ଗିରି ହେବେ ଆଖଡ଼ା ପରିଷଦର ମୁଖ୍ୟ

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୯ : ମହନ୍ତ ବଲବୀର ଗିରି ହେବେ ଅଖିଳ ଭାରତୀୟ ଆଖଡ଼ା ପରିଷଦର ମୁଖ୍ୟ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ ଭାଗମ୍ବରୀ ମଠର ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ଆଖଡ଼ା ପରିଷଦର ମୁଖ୍ୟ ଭାବେ ୩୫ ବର୍ଷୀୟ ବଲବୀର ଗିରିଙ୍କୁ ଚୟନ କରାଯାଇଛି । 

gpkandhamal

ମହନ୍ତ ବଲବୀର ଗିରିଙ୍କୁ ଭାଗମ୍ବରୀ ମଠର ମୁଖ୍ୟ କରିବା ପାଇଁ ଶ୍ରୀ ପଂଚାୟତି ଆଖଡ଼ା ନିରଂଜନୀ ନିଷ୍ପତ୍ତି ନେଇଛି । କିନ୍ତୁ ଏଥି ପାଇଁ ମଠର ୫ ଜଣିଆ ସଦସ୍ୟଙ୍କ ଅନୁମେଦନର ଆବଶ୍ୟକତା ରହିଛି । ସ୍ୱର୍ଗତ ମହନ୍ତ ନରେନ୍ଦ୍ର ଗିରିଙ୍କ ଅତି ଘନିଷ୍ଠ ଥିଲେ ବଲବୀର । ଅନୁମୋଦନ ପରେ ସେ ଆସନ୍ତା ଅକ୍ଟୋବର ୫ ତାରିଖରେ ମଠର ମୁଖ୍ୟ ଭାବେ ନିଯୁକ୍ତ ହେବେ । ସୂଚନାଯୋଗ୍ୟ ଯେ, ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ଗତ ୨୦ ତାରିଖ ଠାରୁ ଭାଗମ୍ବରୀ ମଠର ମୁଖ୍ୟ ପଦ ଖାଲି ଥିଲା । 

Umasankar Adv

ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ବର୍ଷ ଧରି ବଲବୀର ଗିରି ମହନ୍ତ ନରେନ୍ଦ୍ର ଗିରିଙ୍କ ଅତି ବିଶ୍ୱସ୍ଥ ଥିଲେ । ବଲବୀର ଉତ୍ତରାଖଣ୍ଡରୁ ଆସିଥିବା ବେଳେ ୨୦୦୫ରେ ପରିବାର ଛାଡ଼ିଥିଲେ । ହରିଦ୍ୱାରରେ ନରେନ୍ଦ୍ର ଗିରିଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିଲେ । ବର୍ତ୍ତମାନ ପରିପ୍ରେକ୍ଷୀରେ ବଲବୀର ହରିଦ୍ୱାରସ୍ଥିତ ବିଲକେଶ୍ୱର ମହାଦେବ ମନ୍ଦିରରେ ରହୁଛନ୍ତି । 

Leave A Reply

Your email address will not be published.