ଭୋଟ ଦେଲେ ପ୍ରଦୀପ ମହାରଥୀଙ୍କ ପୂରା ପରିବାର

ପିପିଲି : ବାପାଙ୍କ ଗଡ଼ରୁ ଭାଗ୍ୟ ପରୀକ୍ଷା କରୁଥିବା ରୁଦ୍ର ମହାରଥୀଙ୍କ ପାଇଁ ଭୋଟ୍ ଦେବାକୁ ପହଂଚିଛନ୍ତି ପୂରା ପରିବାର । ପିପିଲିର ପାଣିଦୋଳ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି ପୂରା ମହାରଥୀ ପରିବାର । ସକାଳୁ ପିପିଲିର ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ସହ ଆସିଥିଲେ, ମାଆ, ସ୍ତ୍ରୀ, ଭଉଣୀ ଭିଣୋଇ । ରୁଦ୍ର ମହାରଥୀଙ୍କ ସହ ଭୋଟ୍ ଦେଇଛନ୍ତି ତାଙ୍କ ପତ୍ନୀ ଜାଗୃତି । ମାଆ ପ୍ରତିଭା ମହାରଥୀ, ଭଉଣୀ ପଲ୍ଲବୀ, ଭିଣୋଇ ଅର୍ଦ୍ଧେନ୍ଦୁ ମଧ୍ୟ ମତଦାନ କରିଛନ୍ତି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ କରୋନାରେ ମୃତ୍ୟୁ ପରେ ଏହି ଉପନିର୍ବାଚନ ହେଉଛି । ତେବେ ଦୁଇ ଦୁଇଥର ନିର୍ବାଚନ ସ୍ଥଗିତ ରହିବା ପରେ ଶେଷରେ ହେଉଛି ଭୋଟିଂ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଓ କରୋନା ସଂକ୍ରମଣ ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ୍ ।

gpkandhamal

ବିଜେଡି ଓ ବିଜେପି ପାର୍ଥୀଙ୍କୁ ଅପରିବର୍ତିତ ରଖି କେବଳ କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବାପାଇଁ ସୁଯୋଗ ମିଳିଥିଲା । ତେଣୁ ଏବେ ବିଜେଡିର ରୁଦ୍ର ମହାରଥୀ, ବିଜେପିର ଆଶ୍ରୀତ ପଟ୍ଟନାକଙ୍କ ସହ କଂଗ୍ରେସରୁ ଲଢେଇ କରୁଛନ୍ତି ବିଶ୍ୱକେଶନ ହରିଚନ୍ଦନ । ଉପନିର୍ବାଚନକୁ କୋଭିଡ ମୁକ୍ତ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୬୯୬ ଜଣ କର୍ମଚାରୀଙ୍କୁ ବୁଥ ବାହାରେ ନିୟୋଜିତ କରାଯାଇଛି । କୋଭିଡ ନିୟମାବଳୀ ପାଳନ ସଂପର୍କରେ ଏମାନେ କାର୍ଯ୍ୟ କରୁଛନ୍ତି ।

Umasankar Adv
Leave A Reply

Your email address will not be published.