ଚାଲିଛି ଦିଦିଙ୍କ ଭାଗ୍ୟ ପରୀକ୍ଷା

କୋଲକାତା, ସେପ୍ଟେମ୍ବର ୩୦ : ଆଜି ପଶ୍ଚିମବଙ୍ଗରେ ତିନୋଟି ବିଧାନସଭା ଆସନରେ ଉପନିର୍ବାଚନ ହେଉଥିବା ବେଳେ ଭବାନୀପୁର ଆସନରେ କିନ୍ତୁ ଚାଲିଛି ଦିଦିଙ୍କ ଭାଗ୍ୟ ପରୀକ୍ଷା । ନନ୍ଦିଗ୍ରାମରେ ବିଜେପି ଠାରୁ ହାରିବା ପରେ ମମତା ବାନାର୍ଜୀଙ୍କ ପାଖରେ ସମ୍ମାନ ବଞ୍ଚାଇବାର ଏକ ମାତ୍ର ମାଧ୍ୟମ ସାଜିଛି ଭବାନୀପୁର ଆସନ । ଆଉ ଆଜି ଏହି ଆସନରେ ଦିଦିଙ୍କ ସମ୍ମାନର ପରୀକ୍ଷା ଜାରି ରହିଛି । ସେପଟେ ଭବାନୀପୁରରେ ଦେଖିବାକୁ ମିଳିଛି ଟିଏମସି ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର । ବିଜେପି ପ୍ରାର୍ଥୀ ପ୍ରୀୟଙ୍କା ଟିବ୍ରେୱାଲଙ୍କ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଥିବା ବେଳେ ଦିଦିଙ୍କୁ ଘାରିଛି ପରାଜୟର ଭୟ ।

gpkandhamal

ଯାହାକୁ ନେଇ ଏବେ ଭବାନୀପୁର ରାଜନୀତି ଉଷ୍ମ ରହିଛି । ସକାଳ ୭ ଟାରୁ ବୁଥ୍ ଗୁଡିକରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିନ ୧୧ ଟା ସୁଦ୍ଧା ଭବାନୀପୁରରେ ୨୧.୭୩ ପ୍ରତିଶତ ମତଦାନ ହୋଇଛି । ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟିଙ୍ଗ ଜାରି ରହିବ । ଏବେବି ଦୁଇ ପ୍ରମୁଖ ଦଳ ଆସନ ହାତେଇବା ପାଇଁ ନିଜ କଳ ବଳ କୌଶଳ ଲଗାଇଛନ୍ତି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ । ଭବାନୀପୁରରେ କଂଗ୍ରେସ ଟିଏମସିକୁ ସମର୍ଥନ ଜଣାଇ ପ୍ରାର୍ଥୀ ଦେଇ ନାହିଁ ତେଣୁ ବିଜେପି ଓ ଟିଏମସି ମଧ୍ୟରେ ପ୍ରତିଯୋଗିତା ଜାରି ରହିଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ଭାବନୀପୁର ଛଡା ମୁର୍ସିଦାବାଦ୍ ଜିଲ୍ଲାର ଜଙ୍ଗିପୁର ଓ ସମସେରଗଞ୍ଜ ଭଳି ଦୁଇଟି ଆସନରେ ମତଦାନ ପ୍ରକ୍ରିୟା ଜାରି ରହିଛି ।

Umasankar Adv
Leave A Reply

Your email address will not be published.