ଇକମୋ ଚିକିତ୍ସାଧୀନରେ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ,

ଭୁବନେଶ୍ୱର, ଅକ୍ଟୋବର ୧ : ପୁର୍ବରୁ କଟକ ଏସସିବି ମେଡିକାଲରେ ଇକମୋ  ଚିକିତ୍ସା ଅଧୀନ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଆଉ ଜଣେ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ହୃଦ୍‌ଘାତ ଶୀକାର ହେବା ପରେ ସେହି ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ବର୍ତ୍ତମାନ ପର‌୍ୟ୍ୟନ୍ତ ଇକ୍‌ମୋ ଚିକିତ୍ସିତ ହେଉଥିବା ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଜଣେ ରୋଗୀ ଏବେ ବି ଚିକିତ୍ସିତ ହେଉଛନ୍ତି।

ଆମେ ଆପଣଙ୍କୁ କହି ରଖୁଛୁ ସେପ୍ଟେମ୍ବର ୨୨ ରେ, କଟକ ‘ନିଶିଣ୍ଟକୋଇଲି ବ୍ଲକର ବଡଖୀରା ଗାଁର ଅନ୍ନପୂର୍ଣ୍ଣା ନାୟକ (୫୮) ନାମକ ଜଣେ ଗୁରୁତର କରୋନା ରୋଗୀଙ୍କ ଇକ୍‌ମୋ ଚିକିତ୍ସା ଚାଲିଥିବା ସମୟରେ ମୃତ୍ୟୁ ଘଟିଥିଲା।

Umasankar Adv

ଏହାପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକର ବେଲତଳା ଗ୍ରାମର ଜଗନ୍ନାଥ ପ୍ରଧାନ (୩୨), ବଲାଙ୍ଗିର ଜିଲ୍ଲାର ଜ୍ୟୋତିର୍ମୟ ପଣ୍ଡା (୩୮) ଏବଂ ଭୁବନେଶ୍ୱରର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଦିଲୀପ କୁମାର ଅଗ୍ରୱାଲ ଏସସିବିରେ ଋଉଗଙ ଚିକିତ୍ସା ଚାଲିଥିବା ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏସସିବିର କାର୍ଡିଓଥୋରାସିକ୍ ୱାର୍ଡରେ ୯ଟି ଇକମୋ ମେସିନ୍ ଥିବା ଏହି ଚିକିତ୍ସା ସୁବିଧା ରହିଛି।

Leave A Reply

Your email address will not be published.