ଦୀପାବଳି ପୂର୍ବରୁ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ, ଅକ୍ଟୋବର ୧ : ଦୀପାବଳୁ ପୂର୍ବରୁ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ଉତ୍ତର ପ୍ରଦେଶର କୈରାନାରେ ଥିବା ଏକ ବାଣ କମ୍ପାନୀରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ୪ ଜମଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ସେହିପରି କିଛି ଲୋକ ଭୁଶୁଡି ପଡିଥିବା ଘରେ ଚାପି ବୋଇ ରହିଥିବା ଜଣାପଡିଛି । 

gpkandhamal

ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବିଭାଗୀୟ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଆଗକୁ ଦୀପାବଳି ଆସୁଛି । ଏହାକୁ ଦୃଷ୍ଟିରେ ରଖି ଏବେ ବହୁ ସଂଖ୍ୟାରେ ବାଣ ତିଆରି ଚାଲିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Umasankar Adv

ସୂଚନା ଅନୁସାରେ, କୈରାନାରେ ରଜୱାହେରେ ଥିବା ବାଣ କାରଖାନାରେ ଶୁକ୍ରବାର ଅପରାହ୍ନ ସମୟରେ ହଠାତ ବିସ୍ଫୋରଣ ହୋଇଥିଲା । ଭୟଙ୍କର ଶଦ୍ଦ ଶୁଣିବା ପରେ ଆଖପାଖ ଅଞ୍ଚଳରେ ଲୋକ ଭୟଭୀତ ହୋଇଯିବା ସହିତ ବାଣ କାରଖାନା ଆଡକୁ ଦଉଡିଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ କାରଖାନା ଭୁଶୁଡି ପଡିଥିଲା ।

Leave A Reply

Your email address will not be published.