ଗୋରଖପୁରରେ ମନୀଷ ହତ୍ୟାକାଣ୍ଡ ଘଟଣା: ସିବିଆଇ ତଦନ୍ତ ପାଇଁ ଯୋଗୀ ସରକାରଙ୍କ ସୁପାରିଶ

ଗୋରଖପୁର, ଅକ୍ଟୋବର ୦୨ : ଉତ୍ତରପ୍ରଦେଶର ଗୋରଖପୁରରେ ହୋଇଥିବା କାନପୁର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲାରେ ଯୋଗୀ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ରାଜ୍ୟ ସରକାର ଏହି ମାମଲାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା (ସିବିଆଇ) ଦ୍ବାରା କରିବାକୁ ସୁପାରିଶ କରିଛନ୍ତି। କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ମାମଲାକୁ ସିବିଆଇ ନିଜ ହାତକୁ ନନେଇଛି, ସେପର୍ଯ୍ୟନ୍ତ ଏସଆଇଟି ତଦନ୍ତ ଜାରି ରଖିବ। 

gpkandhamal

ସୂଚନାଯୋଗ୍ୟ, ଗତ ସୋମବାର ରାତି ଗୋରଖପୁରସ୍ଥିତ କୃଷ୍ଣା ହୋଟେଲରେ କାନପୁରର ବ୍ୟବସାୟୀ ମନୀଷ ଗୁପ୍ତା ନିଜର ବନ୍ଧୁଙ୍କ ସହିତ ରହିଥିଲେ। ଏହି ସମୟରେ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା ଏବଂ ପ୍ରଶ୍ନ-ଉତ୍ତର କରିଥିଲା। ହୋଟେଲରେ ମନୀଷ ଗୁପ୍ତାଙ୍କୁ ମାଡ଼ ମରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଫଳରେ ମନୀଷଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ପୋଲିସ ବିରୋଧରେ ଏତଲା ଦେଇଥିଲେ। ଏହି ଘଟଣାରେ କିଛି ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। 

Umasankar Adv

ଉପରୋକ୍ତ ଘଟଣାକୁ ନେଇ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠିଛି। କୁହାଯାଉଛି ଯେ, ହୋଟେଲ ଠାରୁ ମାତ୍ର ୨ କିମି ଦୂରରେ ହସ୍ପିଟାଲ ଥିଲା। କିନ୍ତୁ ମନୀଷଙ୍କୁ କାହିଁକି ହସ୍ପିଟାଲରେ ଭର୍ତ୍ତି କରାଗଲା ନାହିଁ? ଏହା ବ୍ୟତୀତ ମାନସୀ ହସ୍ପିଟାଲ ଠାରୁ ୧୩ କିଲୋମିଟର ଦୂରରେ ଥିବା ବିଆରଡି ମେଡିକାଲ ପହଂଚାଇବାରେ ପୋଲିସକୁ ୨ ଘଣ୍ଟା ସମୟ ଲାଗିଥିଲା। ଅନ୍ୟପଟରେ ଅଭିଯୋଗ କେତ‌େ ସତ ଅବା କେତେ ମିଛି ତାହା ସିବିଆଇ ତଦନ୍ତ ପରେ ଜଣାପଡ଼ିବ। ପୋଲିସ ଘଟଣା ସମୟର ସିସିଟିଭି ଫୁଟେଜ ମଧ୍ୟ ନିଜ ପାଖରେ ରଖିଛି।

Leave A Reply

Your email address will not be published.