ପ୍ରତ୍ୟେକ ନାଗରିକ ନିଜର ଅଭ୍ୟାସ ପରିବର୍ତ୍ତନ କରି ଅଧିକ ଜଳ ସଞ୍ଚୟ କରିବାକୁ ଉଦ୍ୟମ କରିବା ଉଚିତ୍

ନୁଆଦିଲ୍ଲୀ, ଅକ୍ଟୋବର ୨(ଖବର ଓଡିଶା):

gpkandhamal

ନୁଆଦିଲ୍ଲୀ, ଅକ୍ଟୋବର ୨ : ଜଳ ସଂରକ୍ଷଣ ପାଇଁ ଲୋକଙ୍କୁ ନିବେଦନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି ଯେ ଦେଶର ୮୦ ଟି ଜିଲ୍ଲାର ୧.୨୫ ଲକ୍ଷ ଗାଁର ପ୍ରତ୍ୟେକ ପରିବାର ବର୍ତ୍ତମାନ ଟ୍ୟାପ୍ ଜଳ ପାଇପାରିବେ। ଜଲ୍ ଜୀବନ ମିଶନରେ ଗ୍ରାମ ପଞ୍ଚାୟତ ଏବଂ ଜଳ କମିଟି ସହିତ ଯୋଗାଯୋଗ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତା ପରଠାରୁ ଦେଶରେ କେବଳ ୩ କୋଟି ପରିବାର ୨୦୧୯ ପର୍ଯ୍ୟନ୍ତ ଟ୍ୟାପ୍ ଜଳ ପାଇ ପାରୁଥିଲେ । ଚକେନ୍ଦ୍ର ସରକାରଙ୍କ ଦ୍ୱାରା ଜଳ ଜୀବନ ମିଶନ୍ ଆରମ୍ଭ ହେବା ଦିନଠାରୁ ୫ କୋଟି ପରିବାର ପାଇପ୍ ଜଳ ସଂଯୋଗ ପାଇଲେଣି ବୋଲି ମୋଦୀ କହିଛନ୍ତି।https://t.co/Mp3HemaAZD ସେ କହିଛନ୍ତି, “ଆଜି ଦେଶର ପ୍ରାୟ ୧.୨୫ ଲକ୍ଷ ଗ୍ରାମରେ ଜଳ ପ୍ରତ୍ୟେକ ପରିବାରରେ ପହଞ୍ଚୁଛି। ଗତ ୭ ଦଶନ୍ଧି ମଧ୍ୟରେ ଯେଉଁ ସପଳତା ଭାରତ ପାଇ ନଥିଲା ତାହା ଗତ ୨ ବର୍ଷ ମଧ୍ୟରେ ଅଧିକ ସଫଳତା ହାସଲ କରିଛି। ଜଳ ବ୍ୟବହାର କରିବା ସମୟରେ ଲୋକଙ୍କୁ ସଚେତନ ହେବାକୁ କହି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଚୁର ଜଳ ଥିବା ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ନାଗରିକ ନିଜର ଅଭ୍ୟାସ ପରିବର୍ତ୍ତନ କରି ଅଧିକ ଜଳ ସଞ୍ଚୟ କରିବାକୁ ଉଦ୍ୟମ କରିବା ଉଚିତ୍।

Umasankar Adv
Leave A Reply

Your email address will not be published.