ଲଦାଖ ମାଟିରୁ ସେନା ମୁଖ୍ୟଙ୍କ ରଣହୁଙ୍କାର, କହିଲେ ସବୁ ଚ୍ୟାଲେଞ୍ଜର କରିବୁ ମୁକାବିଲା

ଲଦାଖ, ଅକ୍ଟୋବର ୨ : ପୂର୍ବ ଲଦାଖ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଭାରତୀୟ ସେବା ମୁଖ୍ୟ ଏମଏମ ନରୱାଣେ । ଏହି ଅବସରରେ ସେ କହିଛନ୍ତି ଯେ ସୀମାରେ ନିର୍ମାଣ କାର୍ଯ୍ୟ ଜାରି ଚୀନ ଜାରି ରହିଛି । ତେବେ ସୀମାରେ ଯେଭଳି ଅଧିକ ସୈନ୍ୟ ମୁତୟନ କରି ହେବ ସେନେଇ ଚାଇନା ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି । ତେବେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି ଭାରତୀୟ ସେନା । 

gpkandhamal

ସେହିପରି ସେମାନେ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ରଖିଛନ୍ତି । ଭାରତୀୟ ସେନା ସଶକ୍ତ ସ୍ଥିତିରେ ରହିବା ସହ ଯେ କୌଣସି ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ସେନା ମୁଖ୍ୟ କହିଛନ୍ତି । ସେ ଆହୁରୀ କହିଛନ୍ତି ଯେ ଏଲ୍‌ଏସିରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଭାରତୀୟ ସେନା ଏବଂ ଚାଇନା ସୈନ୍ୟ ବାହିନୀର ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ୧୨ ଥର ଆଲୋଚନା ହୋଇସାରିଛି । 

Umasankar Adv

ସେପଟେ ସୀମାରେ ଉତ୍ତେଜନା ହ୍ରାସ କରିବା ପାଇଁ ଖୁବ ଶୀଘ୍ର ବୈଠକ ବସିବ । ଆଶା କରାଯାଉଛି ସମସ୍ତ ସମସ୍ୟାର ସଫଳ ସମାଧାନ ସମ୍ଭବ ହେବ । ସେହିପରି ପାକିସ୍ତାନ ସମ୍ପର୍କରେ ସେନାମୁଖ୍ୟ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟ ଅସ୍ତ୍ରବିରତି ଚୁକ୍ତି ବେଶ ସଫଳ ରହିଛି । ତେବେ ଗତ ୨ ମାସ ଘରି ଏଲଓସିରେ ଅନୁପ୍ରବେଶ ଘଟଣାରେ ବୃଦ୍ଧି ଘଟିଛି ।

Leave A Reply

Your email address will not be published.