ଶାହାରୁଖ ଖାନଙ୍କ ପୁଅକୁ ଏନସିବିର ପଚରାଉଚୁରା

ମୁମ୍ବାଇ : ସମୁଦ୍ର ଭିତରେ ରେବ୍ ପାର୍ଟି ଆଉ ଅଧରାତିରେ ଏନସିବିର ଚଢାଉ ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି । ହେଲେ ଏହାରି ଭିତରେ ଏହି ଘଟଣାରେ ଏକ ନୂଆ ଦିଗ ସାମ୍ନାକୁ ଆସିଛି । ଏହି ରେବ୍ ପାର୍ଟିରେ ସାମିଲ ଥିଲେ ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟାନ । ଏବେ ତାଙ୍କୁ ଏନସିବି ନିଜ ହେପାଜତରେ ରଖିଥିବାବେଳେ ତାଙ୍କୁ ପଚରା ଉଚୁରା କରୁଥିବା ଖବର ମିଳିଛି ।

gpkandhamal

ତେବେ ଶାହାରୁଖଙ୍କ ପୁଅ ଆର୍ଯ୍ୟାନଙ୍କ କହିବା ମୁତାବକ, ସେ ଏହି ପାର୍ଟିକୁ ଗେଷ୍ଟ ସାଜି ଆସିଥିଲେ । ଏଥିପାଇଁ ତାଙ୍କୁ ନିମନ୍ତ୍ରଣା କରାଯାଇଥିଲା । ଏହି ପାର୍ଟିରେ ସାମିଲ ହେବାକୁ ସେ କୌଣସି ଟଙ୍କା ନେଇ ନଥିବା ଏନସିବିକୁ କହିଛନ୍ତି । ଏନସିବି ଜୋନାଲ ଡାଇରେକ୍ଟର ସମୀର ବାନଖେଡେଙ୍କ ସୂଚନା ମୁତାବକ, ଶାହାରୁଖଙ୍କ ପୁଅକୁ ଏପର୍ଯ୍ୟନ୍ତ ଏନସିବି ଗିରଫ କରିନି, କେବଳ ତାଙ୍କୁ ପଚରାଉଚୁରା କରାଯାଉଛି । ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ରେବ୍ ପାର୍ଟି ହେଉଥିବା ବେଳେ ଏହା ଉପରେ ଚଢାଉ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏନସିବିର ଜୋନାଲ ଡାଇରେକ୍ଟର ସମୀର ବାନଖେଡେଙ୍କ ନେତୃତ୍ୱରେ ଏହି ଅପରେସନ କରାଯାଇଥିଲା । ତେବେ ପ୍ରଥମେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଏନସିବିର ଅଧିକାରୀମାନେ ଜାହାଜ ଭିତରେ ନିଜକୁ ଯାତ୍ରୀ ବୋଲି ପରିଚୟ ଦେଇ ପ୍ରବେଶ କରିଥିଲେ । ଏହାପରେ ଯେତେବେଳେ ଜାହାଜଟି ମଝି ସମୁଦ୍ରରେ ପହଞ୍ଚିଥିଲା, ସେତେବେଳେ ଜାହାଜ ଭିତରେ ଡ୍ରଗ୍ସ ପାର୍ଟି ଆରମ୍ଭ ହୋଇଥିଲା । ନିଶାରେ ଝୁମିଥିଲେ ଯୁବକ ଓ ଯୁବତୀ । ଏହି ସମୟରେ ସ୍ରିକେଟ୍ ଅପରେସନରେ ଥିବା ଏନସିବି ଅଧିକାରୀମାନେ ଏହି ପାର୍ଟି ଉପରେ ଚଢାଉ କରିବା ସହିତ ସେହି ଲୋକମାନଙ୍କୁ ନିଜ ହେପାଜତକୁ ନେଇଥିଲେ ।

Umasankar Adv
Leave A Reply

Your email address will not be published.