ଡ଼୍ରଗ୍ସ ମାମଲାରେ ବନ୍ଧା ହେବେ କି ଆରୟନ୍‌?

ମୁମ୍ବାଇ ,ଅକ୍ଟୋବର ୩ : ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ଗତକାଲି ମୁମ୍ବାଇ ରୁ ଗୋଆ ଯାଉଥିବା ଗୋଟିଏ ଜାହାଜରେ ହେଉଥିବା ଡ଼୍ରଗ୍ସ ପାର୍ଟି ଉପରେ ଚଢାଉ କରାଯାଇଛି । ଏହି ପାର୍ଟି ୩ଦିନ ପାଇଁ ଆୟୋଜନ କରାଯାଇଥିଲା । ଯେଊଁଥିରେ ନାଚ,ଗୀତ ଠାରୁ ଆରମ୍ଭ କରି ଡ଼୍ରଗ୍ସ ମଧ୍ୟ କାରବାର କରାଯାଉଥିଲା । ହେଲେ ଠିକ୍ ଏହି ସମୟରେ ଯାତ୍ରୀ ଭାବରେ ପହଂଚିଥିଲେ ଏନ୍‌ସିବି ର ଗୋଟିଏ ଟିମ୍ ପରେ ଜାଣିବାକୁ ପାଇଥିଲେ ଯେ ସେଠାରେ ବଲିଉଡ଼୍ ,ଫ୍ୟାସନ୍ ଓ ବଡ଼ ବଡ଼ ବ୍ୟବସାୟୀ ଲୋକମାନେ ସାମିଲ୍ ଥିଲେ ।

gpkandhamal

ତେବେ ଏହି ମାମଲାରେ ପୋଲିସ୍ ୮ ଜଣ ଲୋକଙ୍କୁ ଗିରଫ କରିସାରିଲାଣି । ଏନସିବିର ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି ଯେ ଗତକାଲି କାଁର୍ଡ଼େଲିୟା ଜାହାଜରେ ଚଢାଉ କରାଯାଇଥିଲା ଓ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି । ଏହା ସହିତ ୬ ଜଣ ପାର୍ଟି ନିୟୋଜକଙ୍କୁ ମଧ୍ୟ ଅଟକ ରଖାଯାଇଛି ଏବଂ ଆଜି ସେମାନଙ୍କୁ ପଚରାଉଚରା ପାଇଁ ଡ଼କାଯି,ଏହାକୁ ନେଇ ଅଧିକ ଖୋଳତାଡ଼ ମଧ୍ୟ ଜାରୀ ରହିଛି । ତେବେ ଏହା ଭିତରେ ସବୁଠାରୁ ବଡ଼ କଥା ହେଉଛି ଏହି ମାମଲାରେ ବଲିଉଡ଼୍ ଷ୍ଟାର୍ ସାହାରୁକ୍ ଖାନ୍ ଙ୍କ ପୁଅ ଆରୟନ୍ ଖାନ୍ ଙ୍କୁ ମଧ୍ୟ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି ।

Umasankar Adv
Leave A Reply

Your email address will not be published.