ସିକିମ୍‌ରେ ବ୍ୟାନ୍ ହେବ ‘ପ୍ୟାକେଜଡ୍ ମିନେରାଲ ୱାଟର’

ନୂଆଦିଲ୍ଲୀ, ଅକ୍ଟୋବର ୩ : ପ୍ରଦୂଷଣ ଓ ପ୍ରାକୃତିକ ପରିବେଶକୁ କ୍ଷତି ପହଞ୍ଚାଉଥିବାରୁ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ସିକିମ୍ ରେ ସମ୍ପୂର୍ଣ୍ଣ ଭାବରେ ପ୍ୟାକେଜଡ୍ ମିନେରାଲ ୱାଟର ବ୍ୟାନ୍ କରିବା ପାଇଁ ସିକିମ୍ ସରକାର ନିଷ୍ପତି ନେଇଛନ୍ତି । ଏନେଇ ଗତକାଲି ଗାନ୍ଧୀ ଜୟନ୍ତୀ ଅବସରରେ ସିକିମ ମୁଖ୍ୟମନ୍ତ୍ରୀ ପିଏସ୍ ତମାଙ୍ଗ ଘୋଷଣା କରିଛନ୍ତି । ରାଜ୍ୟରେ ଏଭଳି ପଦକ୍ଷପ ଦ୍ୱାରା ଏକ ବିପ୍ଳବ ଆସିବ ବୋଲି ସିକିମ୍ ମୁଖ୍ୟମନ୍ତ୍ରୀ କହିଛନ୍ତି । 

gpkandhamal

ପୁରା ଦେଶରେ ସବୁଠାରୁ ଉନ୍ନତ ମାନର ଜଳ ସିକିମ୍ ରେ ମିଳଥିବା ବେଳେ ଏହାକୁ ପ୍ୟାକେଜଡ୍ କରାଯାଇ ଏହାର ମାନ ହ୍ରାସ କରିବା ସହିତ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଉଛି ଯାହାକୁ ଦୃଷ୍ଟିରେ ଏଭଳି ନିଷ୍ପତି ନିଆଯାଇଛି ବୋଲି ସିକିମ୍ ସରକାର କହିଛନ୍ତି ।

Umasankar Adv

ତେବେ ଆସନ୍ତା ବର୍ଷରୁ ଏହି ପଦକ୍ଷପ ଗ୍ରହଣ କରାଯିବାକୁ ଥିବା ବେଳେ ଏବେଠାରୁ ସିକିମ୍ ରେ ଥିବା ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ମାନଙ୍କୁ ୩ ମାସର ଡେଡଲାଇନ୍ ଦିଆଯାଇଛି । ଏହି ୩ ମାସ ମଧ୍ୟରେ ସେମାନେ ସେମାନଙ୍କ ପାଖରେ ଥିବା ପ୍ୟାକେଜଡ୍ ମିନେରାଲ ୱାଟର କୁ ଖାଲି କରିବେ । ଅନ୍ୟପଟେ ପ୍ୟାକେଜଡ୍ ମିନେରାଲ ୱାଟର ନିଷିଦ୍ଧ ହେବା ପରେ ସିକିମ୍ ରେ ବିକଳ୍ପ ଭାବରେ ପ୍ରାକୃତିକ ଉତ୍ସରୁ ପାଣି ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ ।

Leave A Reply

Your email address will not be published.