ସୁଇସାଇଡ଼୍ ନୋର୍ଟରେ ଥିବା ନରେନ୍ଦ୍ର ଗିରିଙ୍କ ହସ୍ତାକ୍ଷର ସହ ମିଶିଲା ବ୍ୟାଙ୍କ ରେକର୍ଡ଼ରେ ଥିବା ହସ୍ତାକ୍ଷର

ଲକ୍ଷ୍ନୌ :ଅକ୍ଟୋବର ୩ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଖୀଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସୁଇସାଇଡ଼୍ ନୋଟ୍ ରେ ଥିବା ହସ୍ତଗତ ଚିଠି ବ୍ୟାଙ୍କ ରେକର୍ଡ଼ରେ ଥିବା ହସ୍ତଗତ ଲେଖା ସହ ମିଶି ଯାଇଛି । ଫଳରେ ବର୍ତ୍ତମାନ ସିବିଆଇ ସୁଇସାଇଡ଼୍ ନୋଟ୍‌ର ଫରେନସିକ୍ ରିପୋର୍ଟ ଓ ଫିଙ୍ଗରପ୍ରିଣ୍ଟ ରିପୋର୍ଟ ମାଗିଛନ୍ତି ।ଯାହାଫଳରେ ତଦନ୍ତ ଅଧିକ ହୋଇପାରିବ ।

gpkandhamal

ଏହା ଛଡ଼ା ଆନନ୍ଦ ଗିରିଙ୍କ ଲାଇ ଡ଼ିଟେକ୍ସନ୍  ରେଷ୍ଟ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି ଏବଂ ଏଥିପାଇଁ ଅତି ଶୀଘ୍ର ଏଜେନ୍ସି କୋର୍ଟରୁ ଅନୁମତି ମଧ୍ୟ ଆଣିବ ବୋଲି ଜଣାପଡ଼ିଛି ପରେ ଅନୁମତି ମିଳିବା ପରେ ଏହି କାର୍ଯ୍ୟ ଆରମ୍ଭ ହେବ । ଅନ୍ୟପକ୍ଷରେ ସିବିଆଇ ଗତ ଦୁଇଦିନରୁ ବାଧମ୍ବରୀ ମଠର ସେବାୟତ ଓ ନରେନ୍ଦ୍ର ଗିରିଙ୍କ ବିଶ୍ୱସ୍ଥ ସନ୍ଥଙ୍କୁ ଏହି ବିଷୟରେ ପଚରାଉଚରା କରୁଛି । ଏହା ବ୍ୟତିତ ସିବିଆଇ ମହନ୍ତ ନରେନ୍ଦ୍ର ଗିରି ଓ ଆନନ୍ଦ ଗିରିଙ୍କର କଲ୍ ରେକର୍ଡ଼ ମଧ୍ୟ ଯାଞ୍ଚ କରୁଛି ।

Umasankar Adv

ଆଊ କିଛି ଲୋକଙ୍କ ସହ ଏହି ଦୁଇ ଜଣଙ୍କ ମଧ୍ୟ କଥାବର୍ତ୍ତା ଚାଲିଥିବା ନମ୍ବର କୁ ଏକାଠି କରିଛି ସିବିଆଇ । ଏହା ଛଡ଼ା ସିବିଆଇ କୁ ମହନ୍ତ ନରେନ୍ଦ୍ର ଗିରିଙ୍କର କିଛି ଲୋକଙ୍କ ଉପରେ ଟଙ୍କା ମଧ୍ୟ ବାକି ଥିବା ଖବର ରହିଛି । ଏହାକୁ ମଧ୍ୟ ଯାଞ୍ଚ କରାଯାଉଛି ।   ସୁଚନା ଅନୁସାରେ ଅଖାଡ଼ା ପରିଷଦ ର ଅଧ୍ୟକ୍ଷ ମହଂନ୍ତ ନରେନ୍ଦ୍ର ଗିରି ଙ୍କର ମୃତଦେହ ସେପ୍ଟେମ୍ବର ୨୦ ତାରିଖରେ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କ ଘରେ ମିଳିଥିଲା ଏହା ସହିତ ପାଖରେ ଥିବା ଗୋଟିଏ ସୁଇସାଇଡ଼୍ ନୋଟ୍ ମଧ୍ୟ ମିଳିଥିଲା । ଯେଉଁଥିରେ ସେ ତାଙ୍କର ହତ୍ୟା ପାଇଁ ଆନନ୍ଦ ଗିରି ,ଆଡ଼ା ତିୱାରି ଓ ସନ୍ଦୀପ ତିୱାରିକୁ ଦାୟୀ କରିଥିଲେ । ବର୍ତ୍ତମାନ ସେହି ସୁଇସାଇଡ଼୍ ନୋଟ୍ ହିସାବରେ ତାଙ୍କୁ ଗିରଫ କରିଛି ପୋଲିସ୍  

Leave A Reply

Your email address will not be published.