ଟ୍ୱିଟର ଆକାଉଣ୍ଟକୁ ପୁଣି ଥରେ ଆକ୍ଟିଭ୍ କରିବାକୁ କୋର୍ଟଙ୍କୁ ଅନୁରୋଧ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ, ଅକ୍ଟୋବର ୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟ୍ୱିଟରକୁ ଫେରିବାକୁ ଚାହୁଁଛନ୍ତି । ଏନେଇ ଶୁକ୍ରବାର ଫ୍ଲୋରିଡାର ଜଣେ ଫେଡେରାଲ ଜଜଙ୍କୁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ପୁଣି ଥରେ ଆକ୍ଟିଭ କରିବାକୁ ଅନୁରୋଧ କରିଛନ୍ତି । ସଂସଦ ଭବନ ହିଂସା ପରେ ଜାନୁଆରୀରେ ତାଙ୍କ ଆକାଉଣ୍ଟକୁ ବନ୍ଦ କରିଦେଇଥିଲେ ।  ତେବେ ଫ୍ଲୋରିଡା ଜିଲ୍ଲା କୋର୍ଟରେ ଟ୍ୱିଟର ବିରୋଧରେ ପ୍ରାଥମିକ ନିର୍ଦ୍ଦେଶ ପାଇଁ ଟ୍ରମ୍ପ ଅନୁରୋଧ କରିଛନ୍ତି । ଫ୍ଲୋରିଡା ଜିଲ୍ଲା କୋର୍ଟରେ ଟ୍ୱିଟର ବିରୋଧରେ ପ୍ରାଥମିକ ନିର୍ଦ୍ଦେଶ ପାଇଁ ଟ୍ରମ୍ପ ଅନୁରୋଧ କରିଛନ୍ତି । ଏହା ସହିତ ସେ ଯୁକ୍ତି ମଧ୍ୟ କରିଥିଲେ ଯେ କମ୍ପାନୀ କଂଗ୍ରେସ ସଦସୟଙ୍କ ଦ୍ୱାରା ତାଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିବାକୁ କୁହାଯାଇଥିଲା । 

gpkandhamal

ସେହିପରି ଜାନୁଆରୀ ୬ରେ ତାଙ୍କ ସମର୍ଥକଙ୍କ ଭିଡ କ୍ୟାପିଟାଲ ହିଲ ଉପରେ ଆକ୍ରମଣ କରିବା ପରେ ଟ୍ରମ୍ପଙ୍କୁ ଟ୍ୱିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଦ୍ୱାରା ବାରଣ କରାଯାଇଥିଲା । ଆକାଉଣ୍ଟ ବନ୍ଦ କରିବା ପରେ ଟ୍ୱିଟର ଏକ ବିବୃତ୍ତି ଜାରି କରିଛି । ବିବୃତ୍ତି ଅନୁସାରେ ତାଙ୍କ ଟ୍ୱିଟ୍ ହିଂସାକୁ ଗୌରବାନ୍ୱିତ କରିଛି ଏବଂ ଏହା ଟ୍ୱିଟରର ନୀତି ଉଲ୍ଲଂଘନ କରୁଛି ।

Umasankar Adv
Leave A Reply

Your email address will not be published.