ଫେସ୍‌ବୁକ୍‌-ଇନଷ୍ଟାଗ୍ରାମ୍‌-ହ୍ୱାଟ୍‌ସଆପ୍ ପୁଣି ଆରମ୍ଭ

ନୂଆଦିଲ୍ଲୀ, ଅକ୍ଟୋବର ୦୫ : ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ପୁଣି କାମ କରୁଛି । କିଛି ଘଣ୍ଟା ପାଇଁ ଏହା ଡାଉନ୍ ରହିବା ପରେ ଗୋଟିକ ପରେ ଗୋଟିଏ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି । ଏହା ବ୍ୟତୀତ ଫେସ୍‌ବୁକ୍‌ର କିଛି ସେବା ମଧ୍ୟ ଅଟକିଯାଇଥିଲା । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଟେକନିକାଲ ସମସ୍ୟାଜନିତ କାରଣରୁ ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବା ପରେ ଆଂଶିକ ରୂପେ କାମ କରିଥିଲା । 

gpkandhamal

ଭାରତରେ ଗତକାଲି ରାତି ପ୍ରାୟ ୮ଟା ୪୫ ପରଠାରୁ ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ସେବା ଅସ୍ଥାୟୀ ଭାବେ ବନ୍ଦ ରହିବା ଫଳରେ ଗ୍ରାହକଙ୍କର ଚିନ୍ତା ବଢ଼ିଯାଇଥିଲା । କେହି କେହି ମୋବାଇଲ ନେଟୱାର୍କ ସମସ୍ୟା ଭାବୁଥିବା ବେଳେ ଆଉ କିଛି ମୋବାଇଲର ଯାନ୍ତ୍ରିକ ତ୍ରୁଟି ବୋଲି ସନ୍ଦେହ କରୁଥିଲେ ।  ସୋସିଆଲ ମିଡିଆ ପ୍ଲାଟଫର୍ମ ଡାଉନ ହେବା ପରେ ଏହା ସ୍ପଷ୍ଟ ହୋଇପାରୁ ନଥିଲା ଯେ, ଏହାର କାରଣ କ’ଣ ହୋଇପାରେ । କିଛି ଲୋକ ଏହାକୁ ସାଇବର ଆକ୍ରମଣ ବୋଲି କହୁଥିବା ବେଳେ ଅନ୍ୟମାନେ କହୁଥିଲେ ଯେ, ଡିଏନଏସ ପ୍ରସଙ୍ଗ ହୋଇଥାଇପାରେ । କିନ୍ତୁ କଂପାନୀ ତରଫରୁ ବୟାନ ଜାରି କରି କୁହାଯାଇଥିଲା ଯେ, ଡାଉନ ହେବାର କାରଣ ଜାଣିଛି ଏବଂ ଏହାକୁ ଠିକ କରାଯିବାକୁ ଉଦ୍ୟମ ଚାଲିଛି । ସାମାଜିକ ଗଣମାଧ୍ୟମର ପ୍ଲାଟଫର୍ମ ‘ଫେସ୍‌ବୁକ୍‌’ର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ କହିଛନ୍ତି, ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟ୍‌ସଆପ ଓ ମ୍ୟାସେଞ୍ଜର ପୁଣି ଥରେ ଅନ୍‌ଲାଇନ୍ ହୋଇଯାଇଛି । ମୋର ଆଶା ଯେ, ଯେଉଁମାନେ ସୋସିଆଲ ମିଡିଆ ସହିତ କାମ କରନ୍ତି, ଆମର ସେବା ସହିତ ସନ୍ତୁଷ୍ଟ । ପ୍ରାୟ ୬ ଘଣ୍ଟା ବନ୍ଦ ରହିବା ପରେ ହ୍ୱାଟ୍‌ସଆପ ସେବା ପୁଣି ଥରେ ଆରମ୍ଭ ହୋଇଥିଲା ।

Umasankar Adv
Leave A Reply

Your email address will not be published.