ଭାରତରେ ହୋଇପାରେ ବିଜୁଳି ସଙ୍କଟ

ନୂଆଦିଲ୍ଲୀ, ଅକ୍ଟୋବର ୩ : ଚୀନରେ ବିଜୁଳି ସଙ୍କଟ ଦେଖାଦେଇଛି । ଆଉ ଚୀନ ପରି ଭାରତରେ ମଧ୍ୟ ବିଜୁଳି ସଙ୍କଟ ଦେଖାଦେବାର ଆଶଙ୍କା ରହିଛି । ଏନେଇ ବିଶେଷଜ୍ଞ କେନ୍ଦ୍ରୀୟ ଉର୍ଜା ଏବଂ ଅନ୍ୟ ଏଜେନ୍ସିଙ୍କ ତରଫରୁ ଜାରି ତଥ୍ୟ ଆକଳନ କରି ଏହି ଚେତାବନୀ ଦେଇଛନ୍ତି । ଆକଳନ ଅନୁସାରେ, ଗେଶର ୧୩୫ ଥର୍ମାଲ ପାୱାର ପ୍ଲାଣ୍ଟ ମଧ୍ୟରୁ ୭୨ ପ୍ଲାଣ୍ଟ ପାଖରେ ବିଜୁଳି ଉତ୍ପାଦନ ପାଇଁ ମାତ୍ର ତିନି ଦିନ କୋଇଲା ରହିଛି । ଏହା କେବଳ ୩ ଦିନ ପାଇଁ ବିଦ୍ୟୁତ ତିଆରି ହୋଇପାରିବ । 

gpkandhamal

ବିଶେଷଜ୍ଞଙ୍କ ଅନୁଯାୟୀ ଏହି ସମସ୍ତ ୧୩୫ ବିଦ୍ୟୁ କେନ୍ଦ୍ରରେ ମୋଟ ବିଦ୍ୟୁତ ବ୍ୟବହାରର ୬୬.୩୫ ପ୍ରତିଶତ ଉତ୍ପାଦନ ହେଉଛି । ମାତ୍ର ଯଦି କୋଇଲା ଅଭାବରୁ ୭୨ଟି ପାୱାର ପ୍ଲାଣ୍ଟ ବନ୍ଦ ହୋଇଯାଏ ତାହେଲେ ବିଦ୍ୟୁତ ଉତ୍ପାଦନ ୩୩ ପ୍ରତିଶତ ହ୍ରାସ ପାଇବ । ଯାହା ଫଳରେ ଦେଶରେ ବିଜୁଳି ସଙ୍କଟ ଦେଖାଦେଇପାରେ । ସରକାରୀ ତଥ୍ୟ ଅନୁଯାୟୀ, କରୋନା ମହାମାରୀ ପୂର୍ବରୁ ଅଗଷ୍ଟ ଓ ସେପ୍ଟେମ୍ବର ୨୦୧୯ରେ ଭାରତରେ ଦୈନିକ ୧୦,୬୬୦ କୋଟି ୟୁନିଟ୍ ବିଦ୍ୟୁତ ଖର୍ଚ୍ଚ ହେଉଥିଲା । ବର୍ତ୍ତମାନ ଏହା ଅଗଷ୍ଟ ଓ ସେପ୍ଟେମ୍ବର ୨୦୨୧ରେ ୧୪,୪୨୦ କୋଟି ୟୁନିଟକୁ ବୃଦ୍ଧି ପାଇଛି । 

Umasankar Adv

ତେବେ ଗତ ଦୁଇ ବର୍ଷ ଭିତରେ କୋଇଲା ବ୍ୟବହାର ୧୮ ପ୍ରତିଶତ ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ କୁହାଯାଇଛି ଯେ ୫୦ଟି ପାୱାର ପ୍ଲାଣ୍ଟ ମଧ୍ୟରୁ ଚାରୋଟିରେ କେବଳ ୧୦ ଦିନ କୋଇଲା ବାକି ରହିଛି । ଏହା ୧୩ଟି ପାୱାର ପ୍ଲାଣ୍ଟରେ ୧୦ ଦିନରୁ ଅଧିକ ବ୍ୟବହାର ପାଇଁ ରହିଛି । କୋଇଲା ସଂରକ୍ଷଣ ସମୀକ୍ଷା ପାଇଁ କେନ୍ଦ୍ର ସରକାର କୋଇଲା ମନ୍ତ୍ରଣାଳୟର ନେତୃତ୍ୱରେ ଏକ କମିଟି ଗଠନ କରିଛନ୍ତି । 

Leave A Reply

Your email address will not be published.