ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସା: ସାମ୍ନାକୁ ଆସିଲା ଚାଷୀଙ୍କ ଉପରେ ମାଡିଯାଉଥିବା ଏସୟୁଭିର ଭିଡିଓ

ନୁଆଦିଲ୍ଲୀ, ଅକ୍ଟୋବର ୫ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଆନ୍ଦୋଳନ କରୁିଥିବା ଚାଷୀଙ୍କ ଉପରେ ମାଡିଯାଉଥିବା ଏକ ଏସୟୁଭିର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ରବିବାର ଏହି ଘଟଣାରେ ୪ ଜଣ କୃଷକଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଏହି ହିଂସାକୁ ନେଇ ରାଜନିତି ତେଜିବାର ଲାଗିଥିବା ବେଳେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ବିଭିନ୍ନ ରାଜନେତା ମାନେ ଏହାକୁ ନିଜର ସାମାଜିକ ଗଣମାଧ୍ୟମରେ ସେୟାର ମଧ୍ୟ କରୁଛନ୍ତି । ତେବେ ସେ ସମୟରେ ଡ୍ରାଇଭିଂ ସିଟରେ କିଏ ଥିଲେ ଭିଜୁଆଲରୁ ଏହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

gpkandhamal

ବିକ୍ଷୋଭକାରୀମାନେ କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଏକ ଏସୟୁଭି ଚାଷୀ ମାନଙ୍କ ଉପରେ ଚଲାଇଥିବା ଅଭିଯୋଗ କରିଛନ୍ତି। ଉଭୟ ମନ୍ତ୍ରୀ ଏବଂ ତାଙ୍କ ପୁଅ ଘଟଣାସ୍ଥଳରେ ମଧ୍ୟ ଅସ୍ୱୀକାର କରିଛନ୍ତି। ଖେରୀର ଟିକୋନିଆ ଅଞ୍ଚଳର ଏକ କୃଷି ଆନ୍ଦୋଳନ ସମୟରେ ବିକ୍ଷୋବକାରି ମାନେ ମନ୍ତ୍ରୀ ଶ୍ରୀ ମିଶ୍ର ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ପରିଦର୍ଶନ କରିବାକୁ ବାରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା ଘଟିଛି। 

Umasankar Adv

ତେବେ ଏହି ଘଟଣାରେ କେନ୍ଦ୍ର ମନ୍ତ୍ରୀ ଏବଂ ତାଙ୍କ ପୁଅ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପ୍ରତିକ୍ରୀୟା ଦେଇ ମନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି ଯେ ତାଙ୍କ ପୁଅ ବିରୋଧରେ କୌଣସି ଏଫଆଇଆର ବିଷୟରେ ସେ ଅବଗତ ନୁହଁନ୍ତି। ହିଂସା ସହ ତାଙ୍କ ପୁଅର ସମ୍ପର୍କ ଥିବା ମଧ୍ୟ ସେ ଅସ୍ୱୀକାର କରିଛନ୍ତି। “ମୋ ପୁଅ ଘଟଣାସ୍ଥଳରେ ଉପସ୍ଥିତ ନଥିଲେ। ସେଠାରେ ଦୁର୍ବତ୍ତମାନେ ଥିଲେ ଯେଉଁମାନେ ଶ୍ରମିକମାନଙ୍କୁ ବାଡ଼ି ଓ ଖଣ୍ଡା ଦ୍ୱାରା ଆକ୍ରମଣ କରିଥିଲେ। ଯଦି ମୋ ପୁଅ ସେଠାରେ ଥାଆନ୍ତେ, ସେ ଜୀବନ୍ତ ବାହାରକୁ ଆସି ନଥାନ୍ତେ” ବୋଲି ଗୃହମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି। ଏହା ସହିତ ସେ କହିଛନ୍ତି, “ମୋ ପୁଅ (ଉପ-ମୁଖ୍ୟମନ୍ତ୍ରୀ) କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.