କ୍ରୁଜ୍ ଡ୍ରଗ୍ସ ମାମଲାରେ ଆଉ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କଲା ଏନସିବି,ଓଡ଼ିଶାର ଜଣେ ଯୁବକ ଥିବା ସୁଚନା

ମୁମ୍ବାଇ,ଅକ୍ଟୋବର ୫: କ୍ରୁଜ୍ ଡ୍ରଗ୍ସ ମାମଲାରେ ଆଉ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଧିକାରୀ । ପୁର୍ବରୁ ୯ ଜଣଙ୍କୁ ଗିରଫ କରଯାଇଥିବା ବେଳେ ବର୍ତ୍ତମାନ ଆଉ ଦୁଇ ଜଣଙ୍କୁ ଗିରଫ କରିବା କଥା ଏନସିବି ସୁଚନା ଦେଇଛି । ଯାହାଫଳରେ ଏହି ଦୁଇ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧ ଜଣଙ୍କୁ ଗିରଫ କରାଯାଇଥିବା କଥା କୁହାଯାଉଛି । 

gpkandhamal

ଆଜି ଗିରଫ ହୋଇଥିବା ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ଘର ଓଡ଼ିଶାରେ ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏପର୍ଯ୍ୟନ୍ତ ସେହି ଓଡ଼ିଆ ଯୁବକଙ୍କ ସମ୍ପର୍କରେ କିଛି ସୁଚନା ମିଳିପାରି ନାହିଁ । ଗତକାଲି ମଧ୍ୟ ସେହି ଜାହାଜରେ ଚଢାଉ କରାଯାଇଥିଲା ଫଳରେ ବିପୁଳ ପରିମାଣରେ ନିଶାଦ୍ରବ୍ୟ ଜବତ କରାଯାଇଥିଲା । 

Umasankar Adv

ଏହି ଖବର ବର୍ତ୍ତମାନ ବଲିଉଡ଼୍ ଜଗତରେ ହଇଚଇ ସୃଷ୍ଟି କରିଛି । କେତେକ ସେଲିବ୍ରେଟି ମାନେ ମଧ୍ୟ ଶାହାରୁଖ୍ ଖାନଙ୍କୁ ସୋସିଆଲ୍ ମିଡ଼ିଆରେ ସାନ୍ତ୍ୱନା ଦେବା ଆରମ୍ଭ କରିସାରିଲେଣି । ଗତକାଲି ଆଠ ଜଣ ଯାତ୍ରୀଙ୍କ ବ୍ୟତୀତ ଜଣେ ହାଇ ପ୍ରୋଫାଇଲ୍ ଡ୍ରଗ୍ ବେପାରୀ ଶ୍ରେୟସ୍ ନାୟାରଙ୍କୁ ଗତକାଲି ଏନସିବି ଗିରଫ କରିଛି ।

Leave A Reply

Your email address will not be published.