ପୁଣି ଫେରିଲା ଲକଡାଉନ୍‌

ମୁମ୍ବାଇ, ଅକ୍ଟୋବର ୫ : ଦେଶରେ କରୋନା ସଂକ୍ରମଣ ମାମଲା ସାମନ୍ୟ ହ୍ରାସ ପାଇଛି । ମାତ୍ର କିଛି କିଛି ସ୍ଥାନରେ ସଂକ୍ରମଣ ମାମଲା ଅଧିକ ରହୁଛି । ଯାହା ଫଳରେ ପ୍ରତିଦିନ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାକୁ ନଜରରେ ରଖି ମହାରାଷ୍ଟ୍ର ପୁଣେ ନିକଟବର୍ତ୍ତୀ ୬୧ଟି ଗାଁରେ ପ୍ରଶାସନ ଲକଡାଉନ ଲଗାଯାଇଛନ୍ତି ।  ପୁଣେଠୁ ୧୨୨ କିମି ଦୂରରେ ଥିବା ଅହମ୍ମଦନଗର ଜିଲ୍ଲାର ୬୧ଟି ଗାଁରେ ସଂକ୍ରମଣ ମାଡି ଚାଲିଛି । ଏହାକୁ ନଜରରେ ରଖି ପ୍ରଶାସନ ଅକ୍ଟୋବର ୧୩ ତାରିଖ ଯାଏଁ ସେଠାରେ ଲକଡାଉନ ଭଳି କଟକଣା ଜାରି କରିଛନ୍ତି । ଅହମ୍ମଦନଗର ଜିଲ୍ଲାପାଳ କହିଛନ୍ତି ଯେ କିଛିଦିନ ମଧ୍ୟରେ ୫ ଶହରୁ ୮ ଶହ କେସ ଆସୁଛି । ସଂକ୍ରମଣ ହାର ୫ ପ୍ରତିଶତରେ ପହଞ୍ଚିଛି । ୧୦ରୁ ଅଧିକ ଆକ୍ଟିଭ୍ କେସ୍ ଥିବା ଗାଁରେ କଟକଣା ଲାଗୁ କରାଯାଇଛି । 

gpkandhamal

ତେବେ କଟକଣା ବେଳେ କେବଳ ମେଡିକାଲ ଷ୍ଟୋର, କ୍ଲିନିକ ଓ ଡାଏଗ୍ନୋଷ୍ଟିକ୍ ଲ୍ୟାବ୍ ଖୋଲା ରହିବ । ଏହାଛଡା ସବୁ ଦୋକାନ ୧୩ ତାରିଖ ଯାଏଁ ବନ୍ଦ ରହିବ । ଏପରିରକି ୫ ଜଣ ଏକାଠି ଛିଡା ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ସକାଳ ୮ଟାରୁ ୧୧ ଯାଏ ପନିପରିବା ଓ ରାସନ ଦୋକାନ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Umasankar Adv
Leave A Reply

Your email address will not be published.