ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଅବସରପ୍ରାପ୍ତ ଆଇଏଫଏସ ଅଭୟ ପାଠକ

ଭୁବନେଶ୍ୱର, ଅକ୍ଟୋବର ୫ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଅବସରପ୍ରାପ୍ତ ଆଇଏଫଏସ ଅଭୟ ପାଠକ । ମନି ଲଣ୍ଡରିଂ ନେଇ କେଉଁଆଡେ ଟଙ୍କା ବିନିଯୋଗ କରିଥିଲେ, ଏସବୁ ଟଙ୍କା କେଉଁଠାରୁ ଉପାର୍ଜନ କରୁଥିଲେ ସେସବୁର ଛାନଭିନ କରୁଛି ଇଡ଼ି ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଖୁବଶୀଘ୍ର ହାଜର ହୋଇପାରନ୍ତି ବୋଲି ଜଣାପଡିଛି ।

gpkandhamal

ଆର୍ଥିକ ନେଣଦେଣର ଚାଲିଛି  ଅଧିକ ଖୋଳତାଡ । ଆମେ ଆପଣଙ୍କୁ କହି ରଖୁଛୁ ଯେ ପୂର୍ବ ସମନ ଆଧାରରେ ଆଜି ଇଡ଼ି ରେ ହାଜର‌ ହୋଇଛନ୍ତି ଅଭୟ ପାଠକ । ତେବେ ଖୋଳତାଡ ପରେ  କି କି ତଥ୍ୟ ଲାଗୁଛି ତାହା ସ୍ପଷ୍ଟ ହେବ । ବିଭିନ୍ନ ତଥ୍ୟକୁ କେନ୍ଦ୍ର କରି ଚାରିଆଡ଼ୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରାଯାଉଥିବା ସୁଚନା ମିଳିଛି । ସୁଚନା ଅନୁସାରେ ଭିଜିଲାନ୍ସ ଇତିହାସରେ ଏତେବଡ଼ ଦୁର୍ନୀତି କେବେ ପଦାକୁ ଆସିନଥିଲା । ଜଙ୍ଗଲୀବାବୁ ଲୁଟିଥିବା ସମ୍ପତ୍ତିର ସିଂହ ଭାଗ ପ୍ରାୟ ୯.୪ କୋଟି ପୁଅ ଆକାଶ ପାଠକ ନାମରେ ଥିବା ଏକାଧିକ ଆକାଉଣ୍ଟରେ ଜମା କରାଯାଇଥିଲା ।  କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି ମିଳିବା ପରେ ଅତିରିକ୍ତ ପିସିସିଏଫ ତଥା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ  କରିଥିଲେ ।

Umasankar Adv
Leave A Reply

Your email address will not be published.