ଫେସବୁକ୍‌-ହ୍ୱାଟସ୍‌ଆପ୍‌-ଇନଷ୍ଟାଗ୍ରାମ ଡାଉନ ଯୋଗୁଁ ୭ ବିଲିୟନ ଡଲାରରୁ ଅଧିକ କ୍ଷତି ସହିଲେ ଜୁକରବର୍ଗ

ନୂଆଦିଲ୍ଲୀ, ଅକ୍ଟୋବର ୫: ଫେସବୁକ୍‌-ହ୍ୱାଟସ୍‌ଆପ୍‌-ଇନଷ୍ଟାଗ୍ରାମ ଆପ୍ ସେବା ସୋମବାର ଡାଉନ ହୋଇଥିବାରୁ ସାରା ବିଶ୍ୱରେ ଅସନ୍ତୋଷ ଦେଖାଦେଇଥିଲା । ଏହାଦ୍ୱାରା ଫେସବୁକ୍ ସେୟାରରେ ଏକ ବଡ କ୍ଷତି ଘଟିଥିବା ମଧ୍ୟ ଜଣାପଡିଛି । ଏହି ସମସ୍ୟା ହେବା ଫଳରେ ଫେସବୁକର ସେୟାର ୪.୯ ପ୍ରତିଶତ ହ୍ରାସ ପାଇଛି । 

gpkandhamal

କମ୍ପାନୀ ସିଇଓ ଜୁକରବର୍ଗ ନେଟ୍ ମୂଲ୍ୟ କିଛି ଘଣ୍ଟା ମଧ୍ୟରେ ୭ ବିଲିୟନ ଡଲାରରୁ ଅଧିକ କ୍ଷତି ହୋଇଛି । ୧୦୦ କୋଟିରୁ ଅଧିକ ଲୋକ ଫେସବୁକର ବ୍ୟବହାର କରୁଛନ୍ତି । ହ୍ୱାଟସଆପ ଓ ଇନଷ୍ଟାଗ୍ରାମର ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ । ସେ ବିଶ୍ୱର ଧନୀ ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହଛନ୍ତି । 

Umasankar Adv

ସେହିପରି ତ୍ରୁଟିର କାରଣ ଖୋଜିବାକୁ ଫେସବୁକ ଯାଞ୍ଚ ମଧ୍ୟ ଆରମ୍ଭ କରିଛି । ସେବା ପୁନଃ ସ୍ଥାପିତ ହେବା ପରେ ଫେସବୁକ ଟ୍ୱିଟରରେ କହିଛି ଆମ ଉପରେ ନିର୍ଭର କରୁଥିବା ବିଶ୍ୱର ଲୋକ ଏବଂ ବ୍ୟବସାୟ ପାଇଁ ଆମେ ଦୁଃଖିତ । ଆମର ଆପ୍ ଓ ସେବାଗୁଡିକୁ ସମ୍ପୂର୍ଣ୍ଣ ରୂପେ ପୁନଃ ସ୍ଥାପନ କରିବାକୁ ଆମେ କଠିନ ପରିଶ୍ରମ କରୁଛୁ ।

Leave A Reply

Your email address will not be published.