ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ୮୨ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ, ଅକ୍ଟୋବର ୦୬ : ଟେଲିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ରାମାୟଣରେ ଭୂମିକା ନିଭାଇଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ହୋଇଯାଇଛି । ସେ ୮୨ ବର୍ଷ ବୟସରେ ଅନ୍ତିମ ଶ୍ୱାସକ୍ରିୟା କରିଛନ୍ତି । ତ୍ରିବେଦୀ ରାମନ୍ଦ ସାଗରଙ୍କ ରାମାୟଣରେ ରାବଣ ଭୂମିକା ନିଭାଇଥିଲେ । ଏହି ଧାରାବାହିକକୁ ଭାରତରେ ବହୁତ ପ୍ରଶଂସା କରାଯାଇଥିଲା । ସୂଚନା ଅନୁସାରେ ଅରବିନ୍ଦ ତ୍ରିବେଦୀଙ୍କ ଅନ୍ତିମ ସଂସ୍କାର ଆଜି (ବୁଧବାର) ମୁମ୍ବାଇର ହନାନୁକରୱାଡି ଶ୍ମଶାନ ଘାଟରେ ହେବ । ସେ ଦୀର୍ଘ ଦିନ ହେବ ରୋଗରେ ପୀଡିତ ଥିଲେ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଗୁଜରାଟି ଚଳଚ୍ଚିତ୍ର ‘ମାତେମା ବୀଜା ୱଗଦାନ ୱା’ରେ ଅଭିନୟ କରିଥିଲେ । ଏହା ଥିଲା ତାଙ୍କର ଶେଷ ଫିଲ୍ମ । 

gpkandhamal

ରାମାୟଣ ଧାରାବାହିକ ବ୍ୟତୀତ ଅରବିନ୍ଦ ତ୍ରିବେଦୀ ଆହୁରି ଅନେକ ସିରିଏଲରେ ଅଭିନୟ କରିଥିଲେ । ଟିଭି ପଦରଦାରେ ସେ ବିକ୍ରମ ଓ ବେତାଳରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । 

Umasankar Adv
Leave A Reply

Your email address will not be published.