କରୋନା ଭାଇରସ୍‌ ବିଶ୍ୱରେ ୪୮.୩୦ ଲକ୍ଷ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ଅକ୍ଟୋବର ୦୬ : କରୋନା ଭାଇରସ ଲୁଚକାଳି ଖେଳୁଛି । କେତେବେଳେ ହ୍ରାସ ପାଉଛି, ତା’ ପରଦିନ ପୁଣି ବଢ଼ିଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ସମେତ  ବିଶ୍ୱରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି । ଏହାରି ମଧ୍ୟରେ ୪ ଲକ୍ଷ ୩ ହଜାର ୪୮୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ହଜାର ୩୯୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । 

gpkandhamal

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୩ କୋଟି ୬୫ ଲକ୍ଷ ୬୩ ହଜାର ୮୮୭ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୮ ଲକ୍ଷ ୩୦ ହଜାର ୫୭୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨୧ କୋଟି ୩୬ ଲକ୍ଷ ୮୧ ହଜାର ୧୯୨ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୦ ଲକ୍ଷ ୫୨ ହଜାର ୧୧୮ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୫ ହଜାର ୪୪୧ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । 

Umasankar Adv
Leave A Reply

Your email address will not be published.