ଆଜି ହେଉଛି ପବିତ୍ର ମହାଳୟା

ପୁରୀ , ଅକ୍ଟୋବର 6 : ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା ।  ଏହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଥିବା ବେଳେ ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥାନ୍ତି । ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରି ଶ୍ରାଦ୍ଧ ପ୍ରଦାନ କରିଥାନ୍ତି । ତେବେ କୋଭିଡ୍ କଟକଣା ଯୋଗୁଁ ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବନ୍ଦ ରହିଥିବା ବେଳେ ଉତ୍ତରଦ୍ୱାର ସମ୍ମୁଖରେ ଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଏହି ଦିନ କାହିଁ କେତେ କୁଆଡ଼ୁ ଭକ୍ତମାନେ ଜଗା ଦର୍ଶନ କରିବାକୁ ଆସିଥାନ୍ତି ହେଲେ କରୋନା କଟକଣା ପାଇଁ ଚଳିତ ବର୍ଷ ଏହି ସମସ୍ତ ନୀତି ନିୟମ ଉପରେ ରୋକ ଲଗାଯାଇଛି ଫଳରେ ଭିଡ଼ ନହେବା ପାଇଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଆଜି ବନ୍ଦ ରହିବ । 

gpkandhamal

ତେଣୁ ଆଜି ଭକ୍ତମାନେ କଳା ଠାକୁରକୁ ଦେଖାବାରୁ ବଞ୍ଚିତ ହେବେ । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଆଜି ନୁହେଁ ଚଳିତ ମାସରେ ଆଠ ଦିନ ଶ୍ରୀମନ୍ଦିର ବନ୍ଦ ରହିବ।  ଚଳିତ ମାସରେ ପାଞ୍ଚଟି ରବିବାର ସମେତ ଆଜି ମହାଳୟା ଅମାବାସ୍ୟା, ୧୫ ତାରିଖ ଦଶହରା ଓ ୨୦ତାରିଖ ଦିନ ଗଜଲକ୍ଷ୍ମୀ ପୂଜା ପାଇଁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସୁଚନା ମିଳିଛି । 

Umasankar Adv
Leave A Reply

Your email address will not be published.