ଟି-୨୦ ବିଶ୍ବକପ ପୂର୍ବରୁ ଭାରତର ଏହି ଖେଳାଳି ଆହତ

ନୂଆଦିଲ୍ଲୀ, ଅକ୍ଟୋବର ୦୬ : ଆସନ୍ତା ୧୭ ତାରିଖ ଠାରୁ ଟି-୨୦ ବିଶ୍ବକପ ଆରମ୍ଭ ହେବ। ୟୁଏଇରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମ ମ୍ୟାଚ ଅକ୍ଟୋବର ୨୪ରେ ପାକିସ୍ତାନ ବିରୋଧରେ ଖେଳିବ। ଏହା ପୂର୍ବରୁ ବିଶ୍ବକପ ପାଇଁ ଚୟନ ହୋଇଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆହତ ହୋଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। 

gpkandhamal

ବିସିସଆଇର ଏକ ସୂତ୍ର ଅନୁସାରେ ବରୁଣ ଚକ୍ରବର୍ତ୍ତୀଙ୍କ ଆଣ୍ଠୁର ଅବସ୍ଥା ଠିକ ନାହିଁ। ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଆଇସିସି ନିୟମ ଅନୁସାରେ ଏବେବି ଭାରତ ପାଖରେ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଟି-୨୦ ବିଶ୍ବକପ ଟିମରେ ଖେଳାଳିଙ୍କ ପରିବର୍ତ୍ତନ କରିବାର ସୁଯୋଗ ରହିଛି। ତେବେ ବରୁଣ ଚକ୍ରବର୍ତ୍ତୀ ଆହତ କାରଣରୁ ଟି୨୦ ଖେଳି ନପାରିଲେ, ଚୂଡ଼ାନ୍ତ ଏକାଦଶରେ ୟୁଜବେନ୍ଦ୍ର ଚହଲଙ୍କୁ ଟିମରେ ସାମିଲ କରାଯାଇପାରେ।

Umasankar Adv

ଅନ୍ୟପଟରେ ବିସିସିଆଇର ମେଡିକାଲ ଟିମକୁ ବରୁଣ ଚକ୍ରବର୍ତ୍ତୀଙ୍କ ଉପରେ ବହୁତ ପରିଶ୍ରମ କରିବାକୁ ପଡ଼ିବ। ବରୁଣଙ୍କୁ ସୁସ୍ଥ କରିବା ପାଇଁ ମେଡିକାଲ ଟିମ ଯଥା ସମ୍ଭବ ଉଦ୍ୟମ କରିବ। ବରୁଣ ଚକ୍ରବର୍ତ୍ତୀ ଆଇପିଏଲ-୨୦୨୧ରେ ଏପର୍ଯ୍ୟନ୍ତ ୬.୭୩ ହାରରେ ୧୩ଟି ମ୍ୟାଚରେ ୧୫ଟି ୱିକେଟ ନେଇଛନ୍ତି। ବିସିସିଆଇ ସୂତ୍ର ଅନୁସାରେ କେକେଆର ସହଯୋଗୀ ବରୁଣଙ୍କ ପାଇଁ ଫିଟନେସ କାର୍ଯ୍ୟକ୍ରମ କରିଛି। ତାଙ୍କୁ ପୀଡାଦାୟକ ଇଞ୍ଜେକଶନ ମଧ୍ୟ ଦିଆଯାଉଛି। ଏହି ଇଞ୍ଜେକଶନରୁ ପୀଡା ହ୍ରାସ ହେଉଛି।

Leave A Reply

Your email address will not be published.