୧୨ ଘଣ୍ଟା ଜେରା ପରେ ଇଡ଼ି ଅଫିସରୁ ଆସିଲେ ଅଭୟକାନ୍ତ ପାଠକ

ଭୁବନେଶ୍ୱର, ଅକ୍ଟୋବର 6 : ୧୨ ଘଣ୍ଟା ଜେରା ପରେ ଇଡ଼ି ଅଫିସରୁ ଆସିଲେ ଅଭୟକାନ୍ତ ପାଠକ । ବିଭିନ୍ନ ଦିଗରୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।  ଭିଜିଲାନ୍ସ ଠାବ କରିଥିବା ତାଙ୍କ ପୁଅ ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯.୪ କୋଟି ଟଙ୍କା, ରାଜକୀୟ ଢଙ୍ଗରେ ଖାଇବା ,ରହିବା ଓ ଖର୍ଚ୍ଚ ଉପରେ ଅନେକ ପ୍ରଶ୍ନର ସାମ୍ନା କରିଛନ୍ତି ଚର୍ଚ୍ଚିତ ଆଇଏଫ୍ଏସ ଅଫିସର ଅଭୟକାନ୍ତ ପାଠକ । ସେ ଏତେ ଟଙ୍କା ଖର୍ଚ୍ଚ କେମିତି କଲେ, ସେହି ଅର୍ଥ କେଉଁଠୁ ଆସିଲା ତାହାକୁ ନେଇ ଜେରା କରିଛି ଇଡି । 

gpkandhamal

ଅଭୟ ପାଠକ ସମ୍ପୁର୍ଣ୍ଣ ଭାବରେ ଇଡ଼ି କୁ ସହଯୋଗ କରୁଥିବା କଥା ମଧ୍ୟ ଗଣମାଧ୍ୟମ  ଆଗରେ କହିଛନ୍ତି । ଏହା ସହିତ ଆକାଉଣ୍ଟରେ କୋଟିକୋଟି ନଗଦ ଟଙ୍କା ଜମା ହେବା କଥାକୁ ସେ ଅସ୍ବୀକାର କରିଛନ୍ତି ଏବଂ ବହୁ ଶୀଘ୍ର ସତ ସମସ୍ତଙ୍କ ସାମ୍ନାକୁ ଆସିବ ବୋଲି ସେ ଦାବି କରିଛନ୍ତି । 

Umasankar Adv
Leave A Reply

Your email address will not be published.