କଶ୍ମୀରରେ ଆତଙ୍କବାଦୀଙ୍କ କ୍ରମାଗତ ଆକ୍ରମଣ, ୨ ଦିନରେ ମେଡିକାଲ ମାଲିକଙ୍କ ସମେତ ୩ ନାଗରିକଙ୍କୁ ହତ୍ୟା

ଶ୍ରୀନଗର, ଅକ୍ଟୋବର ୦୬ : ଜମ୍ମୁ କଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀମାନେ ପୁଣି ଥରେ ସକ୍ରିୟ ହୋଇଛନ୍ତି । ଆତଙ୍କବାଦୀମାନେ ଘାଟିରେ ମାତ୍ର ୨ ଘଣ୍ଟାରେ ୩ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି । ଏଥିରେ ଜଣେ ମେଡିକାଲର ମାଲିକ ମଧ୍ୟ ଅଛନ୍ତି ।  ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆତଙ୍କବାଦୀମାନେ ସର୍ବପ୍ରଥମେ ଶ୍ରୀନଗରର ଇକବାଲ ପାର୍କ ନିକଟରେ ବିନ୍ଦରୁ ମେଡିକାଲର ମାଲିକ ମାଖନ ଲାଲଙ୍କୁ ଗୁଳି କରିଥିଲେ । ବିନ୍ଦରୁଙ୍କୁ ହତ୍ୟା କରିବା ନେଇ ଆତଙ୍କବାଦୀ ସଂଗଠନ ଦ ରେଜିଷ୍ଟେସ ଫ୍ରଣ୍ଟ (ଟିଆରଏଫ) ନେଇଛି । 

gpkandhamal

ଆତଙ୍କବାଦୀମାନେ ଇକବାଲ ପାର୍କ ନିକଟରେ ମାଖନ ଲାଲ ବିନ୍ଦରୁଙ୍କ ଉପରେ ଗୁଳିମାଡ଼ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ଡାକ୍ତର ବିନ୍ଦରୁଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସଂପୃକ୍ତ ଅଂଚଳକୁ ସୁରକ୍ଷା କର୍ମୀଙ୍କ ଦ୍ୱାରା ଘେରା ବନ୍ଦୀ କରାଯାଇଛି । ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ ଜାରି ରହିଛି । ବିରୁନ୍ଦଙ୍କ ହତ୍ୟା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉମର ଅବଦ୍ଦୁଲ୍ଲା ଶୋକ ଜଣାଇଛନ୍ତି । ଏଥି ସହିତ ସେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । 

Umasankar Adv

କୁହାଯାଉଛି ଯେ, କଶ୍ମୀର ପଣ୍ଡିତ ସଂପ୍ରଦାୟ ସହିତ ବିନ୍ଦରୁ ସାମିଲ ଥିଲେ । ୧୯୯୦ ଦଶକରେ ଜମ୍ମୁ କଶ୍ମୀରରେ ଆତଙ୍କବାଦ ଆରମ୍ଭ ହେବା ପରେ କଶ୍ମୀର ପଣ୍ଡିତ ମାନେ ପଳାୟନ କରିଥିଲେ । କିନ୍ତୁ ବିନ୍ଦରୁ ପଳାୟନ କରି ନଥିଲେ । ବିନ୍ଦରୁ ନିଜର ପତ୍ନୀଙ୍କ ସହିତ ଏଠାରେ ଥିଲେ ଏବଂ ନିଜର ଫାର୍ମାସୀ ‘ବିନ୍ଦରୁ ମେଡିକେଟ’ର ପରିଚାଳନା କରୁଥିଲେ ।  ଆତଙ୍କବାଦୀମାନେ ବିନ୍ଦରୁଙ୍କ ବ୍ୟତୀତ ଆତଙ୍କବାଦୀମାନେ ଜଣେ ରାସ୍ତାକଡ଼ର ବ୍ୟବସାୟୀଙ୍କୁ ଗୁଳି କରିଛନ୍ତି । ଆତଙ୍କବାଦୀମାନେ ଗୁପଚୁପ ବିକାଳିଙ୍କୁ ବନ୍ଧୁକରେ ଗୁଳି କରି ହତ୍ୟା କରିଛନ୍ତି । ଏହା ପୂର୍ବରୁ ଉତ୍ତର କଶ୍ମୀରର ବାନ୍ଦୀପୋରା ଜିଲ୍ଲାର ହାଜିନ ଅଂଚଳରେ ଅଜ୍ଞାତ ବନ୍ଧୁକଧାରୀ ଜଣେ ନାଗରିକଙ୍କୁ ହତ୍ୟା କରିଥିଲେ । 

Leave A Reply

Your email address will not be published.