କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଧରା ପଡ଼ିଥିବା ଓଡ଼ିଶାର ଦୂୁଇ ଯୁବକଙ୍କ ବିଷୟରେ ଆସିଲା ସମସ୍ତ ତଥ୍ୟ

ଭୁବନେଶ୍ବର,ଅକ୍ଟୋବର 6 : ବଲିଉଡ଼୍‌ରେ ହଇଚଇ ସୃଷ୍ଟି କରିଥିବା ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଅନେକ ତଥ୍ୟ ଏବେ ସାମ୍ନାକୁ ଆସିବା ଲାଗିଲାଣି । ଗତକାଲି ଏହି ଲିଙ୍କରେ କିଛି ଓଡ଼ିଆ ଯୁବକଙ୍କ ସମ୍ପୃକ୍ତି ଥିବା କଥା କୁହାଯାଉଥିବା ବେଳେ ଆଜି ସେ ବାବଦରେ ସମସ୍ତ ତଥ୍ୟ ପ୍ରକାଶ ପାଇଛି । 

gpkandhamal

ଗିରଫ ଦୁଇ ଜଣ ଓଡ଼ିଆ ଯୁବକ ହେଲେ ରାଉରକେଲା ସିଭିଲ୍ ଟାଉନସିପ୍ ଅଞ୍ଚଳର ଶିଳ୍ପପତିଙ୍କ ପୁଅ ମନୀଷ ରାଜଗାରିଆ ଓ ପୁରୁଣା ଟାକ୍ସିଷ୍ଟାଣ୍ଡ ଅଞ୍ଚଳର ସୁନା ବ୍ୟବସାୟୀଙ୍କ ପୁଅ ଅଭିନ୍ ସାହୁ। ସେମାନେ ସେଠାରେ ରହି ପାଠ ପଢୁଥିବା ବେଳେ ଏହି ପାର୍ଟିରେ ନିଶାଦ୍ରବ୍ୟ ଚାଲାଣକାରୀ ଶ୍ରେୟସ ନାୟାରର ସହଯୋଗୀ ବୋଲି କୁହାଯାଉଛି। ସେମାନଙ୍କଠାରୁ ପ୍ରାୟ ୧୫ ଗ୍ରାମ ଓଜନର ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଜବତ କରାଯାଇଛି । ଦୁଇ ଜଣ ଓଡ଼ିଆ ଯୁବକଙ୍କ ସହ ମୋଟ ୪ଜଣଙ୍କୁ ଆଜି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଗିରଫ କରିଛି

Umasankar Adv
Leave A Reply

Your email address will not be published.