ଅରୁଣାଚଳ ପ୍ରଦେଶରେ ମୁହାଁମୁହିଁ ହେଲେ ଭାରତ-ଚୀନ ସୈନିକ

ନୂଆଦିଲ୍ଲୀ, ଅକ୍ଟୋବର ୦୮ : ଭାରତ ଓ ଚୀନରେ ଦୀର୍ଘ ଦିନ ହେବ ଉତ୍ତେଜନା ଜାରି ରହିଛି। ଉତ୍ତରାଖଣ୍ଡର ବରାହୋତୀ ପରେ ଏବେ ଚୀନ ସେନାର ୨୦୦ ସୈନିକ ଅରୁଣାଚଳ ପ୍ରଦେଶରେ ଭାରତ ମାଟିରେ ଦଖଲ ଦେଇଛନ୍ତି। ଅରୁଣାଚଳ ପ୍ରଦେଶରେ ଭାରତ ଓ ଚୀନର ସୈନିକ ବାସ୍ତବିକ ନିୟନ୍ତ୍ରଣ ରେଖାରେ ମୁହାଁମୁହିଁ ହୋଇଛନ୍ତି। କମାଣ୍ଡର ସ୍ତରୀୟ ଆଲୋଚନା ପରେ ମଧ୍ୟ ମାମଲାର ସମାଧାନ ହୋଇପାରି ନାହିଁ। ଭାରତ ଓ ଚୀନ, ଉଭୟ ଦେଶର ସୈନିକ ପାଟ୍ରୋଲିଂ ସମୟରେ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣା ଗତ ସପ୍ତାହରେ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। 

gpkandhamal

ସୂତ୍ର ଅନୁସାରେ ଅରୁଣାଚଳ ପ୍ରଦେଶର ୟାଗତସେ ନିକଟ ତୱାଗ ସେକ୍ଟରରେ ଗତ ସପ୍ତାହରେ ଚୀନ ସୈନିକମାନେ ପ୍ରବେଶ କରିଥିଲେ। ଭାରତ-ଚୀନ ସୀମାର ଔପଚାରିକ ଭାବେ ସୀମାଙ୍କନ କରାଯାଇ ନାହିଁ। ତେବେ ମିଡିଆ ରିପୋର୍ଟ ଅନୁସାରେ ଚୀନ ସୈନିକ ଭାରତୀୟ ବଙ୍କରଗୁଡ଼ିକ କ୍ଷତି କରିବାକୁ ଉଦ୍ୟମ କରିଥିଲେ। ଫଳରେ ଭାରତୀୟ ଯବାନମାନେ ତୱାଗରେ ଚୀନ ସୈନିକଙ୍କୁ ଅଟକ ରଖିଥିଲେ। ମାତ୍ର ଏହା ଅସ୍ଥାୟୀ ସମୟ ପାଇଁ ଥିଲା। ସେନା ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। 

Umasankar Adv
Leave A Reply

Your email address will not be published.