ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୫୨୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ଅକ୍ଟୋବର ୯ : ରାଜ୍ୟରେ କରୋନା ସଂକ୍ରମଣ ତଳ ମୁହାଁ ହେଉଥିବା ବେଳେ ଶିଶୁ ସଂକ୍ରମଣକୁ ନେଇ ବଢୁଛି ଚିନ୍ତା । ଏବେବି ରାଜ୍ୟରେ ଦୈନିକ ସଂକ୍ରମଣ ହାର ୫ଶହ ରୁ ୬ଶହ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁରା ରାଜ୍ୟରୁ ୫୨୬ କରୋନା ପଜିଟଭି୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୦୩ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୨୨୩ ଜଣ ଲୋକାଲ୍ କେସ୍ ରହିଛନ୍ତି ।

gpkandhamal

ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଆଜି ମଧ୍ୟ ୬୮ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ବି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୩୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Umasankar Adv
Leave A Reply

Your email address will not be published.