ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହିତ ନରେନ୍ଦ୍ର ମୋଦୀଙ୍କ ଆଲୋଚନା

ନୁଆଦିଲ୍ଲୀ, ଅକ୍ଟୋବର ୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାଙ୍କର ପ୍ରଥମ ଗସ୍ତରେ ଥିବା ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ହାଇଦ୍ରାବାଦ ହାଉସରେ ଆୟୋଜିତ ହୋଇଥିବା ଆଲୋଚନାରେ ନିୟମ ଉପରେ ଆଧାରିତ ଆନ୍ତର୍ଜାତୀୟ ବ୍ୟବସ୍ଥାକୁ ମଜବୁତ କରିବା ଏବଂ ସ୍ୱଚ୍ଛ ତଥା ପରିବେଶ ଅନୁକୂଳ ଢଙ୍ଗରେ ଅଭିବୃଦ୍ଧି ଏବଂ ବାଣିଜ୍ୟକୁ ପ୍ରାଧାନ୍ୟ ଦିଆଯିବା ଉପରେ ଆଲୋଚନା କରାଯାଇଥିଲା।

gpkandhamal

ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ୍ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ଏବଂ ଏଠାରେ ଆଉ ତିନି ଦିନ ରହିବାର କାର୍ଯ୍ୟକ୍ରମ ରହିଛି। ତାଙ୍କୁ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଥିଲେ। ଆଲୋଚନା ପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଫ୍ରେଡେରିକସେନ୍ ଦର୍ଶାଇଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସହଯୋଗ ହେଉଛି “ସବୁଜ ଅଭିବୃଦ୍ଧି ଏବଂ ସବୁଜ ପରିବର୍ତ୍ତନ କିପରି ସଂଗଠିତ କରାଯାଇପାରିବ ତାହାର ଏକ ଉତ୍ତମ ଉଦାହରଣ।” ସେ କହିଛନ୍ତି, “ଆମେ ଦୁଇଟି ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁମାନେ ନିୟମ ଉପରେ ଆଧାରିତ ଏକ ଅନ୍ତର୍ଜାତୀୟ ବ୍ୟବସ୍ଥାରେ ବିଶ୍ୱାସ କରନ୍ତି। 

Umasankar Adv
Leave A Reply

Your email address will not be published.