ରାକେଶ ଝୁନଝୁନୱାଲାଙ୍କୁ ମିଳିଲା ସବୁଜ ସଂକେତ

ନୂଆଦିଲ୍ଲୀ, ଅକ୍ଟୋବର ୧୨ : ଭାରତୀୟ ସେୟାର ବଜାରର ଜଣାଶୁଣା ନିବେଶକ ରାକେଶ ଝୁନଝୁନୱାଲା ଆଗାମୀ ଦିନରେ ବିମାନ ପରିଚାଳନା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି। ରାକେଶ ଝୁନଝୁନୱାଲାଙ୍କ ଆକାଶ ଏୟାରଲାଇନ୍ସକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତରଫରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିସାରିଛି। ସେ ସମସ୍ତ ଅତିରିକ୍ତ ଅନୁପାଳନ ସହି ରେଗୁଲେଟର୍ସଙ୍କ ସହିତ କାମ କରିବେ। 

ଏସ୍‌ଏନ୍‌ଭି ଏଭିଏଶନ ପ୍ରାଇଭେଟ ଲିମିଟେଡ କଂପାନୀର ନାମ ରହିବ ଓ ଏହାରି ଅଧିନରେ ଆକାଶ ବିମାନ ପରିଚାଳନା ହେବ। ଜେଟ ଏୟାରୱେଜର ପୂର୍ବତନ ସିଇଓ ବିନୟ ଦୁବେ ଏହି ନୂଆ କଂପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେବେ। ୨୦୨୨ର ଗ୍ରୀଷ୍ମଋତୁରେ ଏହି ବିମାନ ଉଡାନ ଆରମ୍ଭ ହେବ। ଏହି ଏୟାରଲାଇନ୍ସରେ ରାକେଶ ଝୁନଝୁନୱାଲାଙ୍କ ବଡ଼ ନିବେଶ ରହିଛି। ଏହି ବିମାନ କଂପାନୀ ଯାତ୍ରୀଙ୍କୁ ଶସ୍ତାରେ ସେବା ଯୋଗାଇବ। 

Umasankar Adv

ବିନୟ ଦୁବେ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ଆକାଶ ଏୟାରକୁ ଏନଓସି ମିଳିବା ନେଇ ବହୁତ ଖୁସି ଅନୁଭବ କରୁଛି। ଏଥି ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଉଛି। ଆକାଶ ଏୟାରକୁ ସଫଳତାପୂର୍ବକ ଶୁଭାରମ୍ଭ କରିବା ଲାଗି ସମସ୍ତ ଜରୁରୀ ଅତିରିକ୍ତ ଅନୁପାଳନ ଉପରେ ରେଗୁଲେଟରୀ ଅର୍ଥରିଟି ସହିତ କାମ କରିବା ଜାରି ରଖିବୁ। 

Leave A Reply

Your email address will not be published.