ପରମାଣୁ ମିସାଇଲ ସହ ଫଟୋ ନେଲେ କିମ୍‌ ଜଙ୍ଗ୍‌

ନୂଆଦିଲ୍ଲୀ, ଅକ୍ଟୋବର ୧୩ : ଉତ୍ତର କୋରିଆର ଶାସକ କିମ ଜଙ୍ଗ ପରମାଣୁ ମିସାଇଲ ପାର୍ଶ୍ବରେ ଛିଡ଼ା ହୋଇ ଫଟୋ ଉଠାଇଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ, ଆମେରିକା ଓ ଦକ୍ଷିଣ କୋରିଆର ଶତ୍ରୁତାପୂର୍ଣ୍ଣ ନୀତି ଯୁଦ୍ଧର କାରଣ ହୋଇପାରେ। 

gpkandhamal

କିମ୍‌ ଉତ୍ତର କୋରିଆର ସର୍ବବୃହତ୍ତ ମିସାଇଲ ସହିତ ଛିଡ଼ା ହୋଇ ଏହି ଘୋଷଣା କରିଛନ୍ତି ଯେ, ପ୍ୟୋଙ୍ଗୟାଙ୍ଗ କେବଳ ଆତ୍ମରକ୍ଷା ପାଇଁ ନିଜର ସେନାକୁ ସଂପ୍ରସାରଣ କରୁଛି। ସେଠାକାର ସରକାରୀ ଗଣମାଧ୍ୟମ କେସିଏନଏ ଦ୍ବାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁସାରେ କିମ ଜଙ୍ଗ ସୋମବାର ପ୍ରତିରକ୍ଷା ବିକାଶ ପ୍ରଦର୍ଶନୀରେ ଏକ ସମ୍ବୋଧିତ କାର୍ଯ୍ୟକ୍ରମରେ ଏହି ଟିପ୍ପଣୀ ଦେଇଛନ୍ତି।  କିମ୍‌ ଦେଶର ଅନ୍ତଃମହାଦ୍ବୀପୀୟ ବାଲାଷ୍ଟିକ ମିସାଇଲ (ଆଇସିବିଏମ୍‌) ସହିତ ଅନେକ ପ୍ରକାରର ଅସ୍ତ୍ରର ପାର୍ଶ୍ବରେ ଛିଡ଼ଶ ହୋଇକରି ଫଟୋ ପୋଜ ଦେଇଛନ୍ତି। କ୍ଷମତାସୀନ ପାର୍ଟିର ଖବରକାଗଜ ରୋର୍ଡେଙ୍ଗ ସିନମୁନରେ ଏହି ଫଟୋକୁ ଗୁରୁତର ସହିତ ପ୍ରକାଶ କରାଯାଇଛି। 

Umasankar Adv
Leave A Reply

Your email address will not be published.