ଆଜି, ଦିଲ୍ଳୀ-କୋଲକାତାର ହେବ ମୁକାବିଲା

ଶାର୍‌ଜା, ଅକ୍ଟୋବର ୧୩ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୪ତମ ସଂସ୍କରଣର କ୍ବାଲିଫାୟର-୨ ଆଜି ଖେଳାଯିବ। ଶାର୍‌ଜା କ୍ରିକେଟ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଏଲିମେନିଟର ମ୍ୟାଚର ବିଜୟୀ କୋଲକାତା ନାଇଟ ରାଇଡର୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ଭେଟିବ। ଆଜିର ବିଜୟୀ ଦଳ ଆଇପିଏଲ-୨୦୨୧ର ଫାଇନାଲରେ ପ୍ରବେଶ କରିବ ଏବଂ ଚେନ୍ନାଇ ସୁପର କିଙ୍ଗସକୁ ଅକ୍ଟୋବର ୧୫ ତାରିଖରେ ମୁକାବିଲା କରିବ। 

gpkandhamal

ସୂଚନାଯୋଗ୍ୟ କୋଲକାତା ନାଇଟ ରାଇଡର୍ସ ଏଲିମେନିଟର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସୋମବାର ୪ ୱିକେଟରେ ପରାସ୍ତ କରି କ୍ବାଲିଫାୟର-୨ ମ୍ୟାଚ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଅପରପକ୍ଷେ ଦିଲ୍ଲୀ ଟିମ୍‌ ଅକ୍ଟୋବର ୧୦ ତାରିଖର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍‌ସ ଠାରୁ ୪ ୱିକେଟରେ ପରାସ୍ତ ହୋଇ କ୍ବାଲିଫାୟର-୨ ଖେଳିବାକୁ ସୁଯୋଗ ପାଇଛି। 

Umasankar Adv
Leave A Reply

Your email address will not be published.