ନୂଆଦିଲ୍ଲୀ, ଅକ୍ଟୋବର ୧୩ : ସମୁଦ୍ରରେ ଲକ୍ଷାଧିକ ଜୀବଜନ୍ତୁ ରହିଥାନ୍ତି। ଅନେକ ଜୀବଜନ୍ତୁଙ୍କ ବିଷୟରେ ମନୁଷ୍ୟକୁ ମଧ୍ୟ ଅଜଣା ଥାଏ। ଏବେ ଅଷ୍ଟ୍ରେଲିଆର ସମୁଦ୍ର କୂଳରେ ଏଭଳି ଏକ ଜୀବ ଦେଖିବାକୁ ମିଳିଛି, ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ଏହି ରହସ୍ୟମୟୀ ଜୀବକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କ୍ବିନ୍ସଲ୍ୟାଣ୍ଡର ୟେପ୍ପୁନରେ କେମ୍ପ ବେଳାଭୂମିରେ ଏହି ରହସ୍ୟମୟୀ ଜୀବ ଲୋକେ ଦେଖିଥିଲେ। ଏହାର ଫଟୋ ନେଟିଭ ଏନିମ୍ସ ନାମରେ ଫେସବୁକ ଗୃପରେ ସେୟାର ହୋଇଛି। ଏହି ଫଟୋକୁ ୟୁଜର୍ସ ସେୟାର କରୁଛନ୍ତି।
ଫେସବୁକରେ ଫଟୋ ସେୟାର କରି ୟୁଜର୍ସ ରହସ୍ୟମୟୀ ଜୀବ ବାବାଦରେ ପଚାରୁଛନ୍ତି। ସାମାଜିକ ଗଣମାଧ୍ୟମରେ ୟୁଜର୍ସ ଏହି ଫଟୋକୁ ସେୟାର କରିବା ସହିତ ଟିପ୍ପଣୀ ମଧ୍ୟ ଦେଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଯେ, ମୁଁ ୟେପୁନର ମେନ ଓ କୁଇ ବେଳାଭୂମିରେ ଅନେକ ସମୟରେ ଏହି ଜୀବକୁ ଦେଖିଛି। ଅନ୍ୟଏକ ୟୁଜର୍ସଙ୍କ ହିସାବରେ ଏହା ଜେଲିଫିସ୍। ତେବେ ଭିନ୍ନ ଭିନ୍ନ ୟୁଜର୍ସ ନିଜ ହିସାବରେ କମେଣ୍ଟ କରୁଛନ୍ତି।