ଗଞ୍ଜେଇ ଚାଲାଣକାରୀଙ୍କୁ ପିଛା କରିବା ବେଳେ ପୋଲିସ ଉପରକୁ ଗୁଳିମାଡ଼

ଭୁବନେଶ୍ୱର, ଅକ୍ଟୋବର ୧୩ : ଗଞ୍ଜେଇ ଚାଲାଣକାରୀଙ୍କୁ ପିଛା କରିବା ବେଳେ ଦେବଗଡ଼ ଜିଲା ରିଆମାଳ ପୋଲିସ ଉପରକୁ ଗୁଳିମାଡ଼ ହୋଇଛି । ଏଥିରେ କୌଣସି ପୋଲିସ କର୍ମଚାରୀଙ୍କ କ୍ଷତି ହୋଇନାହିଁ ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲା ମନମୁଣ୍ଡା ଥାନାଞ୍ଚଳର ବିକାଶ ରାଜହଂସ ( ୨୩ ) , ପୌଲସ୍ତି ଜଗଦଲା ( ୨୧ ) ଏବଂ ସମ୍ବଲପୁର ଜିଲା ଜମନକିରା ଥାନାଞ୍ଚଳର ରୂପେଶ ପ୍ରସାଦ ( ୩୧ ) । ସେମାନଙ୍କଠାରୁ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ , ବାଇକ୍ ,କାର୍,ମାଉଜର ଓ ୭ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି । ଏ ନେଇ ମଙ୍ଗଳବାର ଦେବଗଡ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି ।

gpkandhamal

ଏସ୍‌ପି ପାଇକରାୟ କହିଥିଲେ ଯେ ବିକାଶ ଓ ପୌଲ ସମ୍ବଲପୁରରୁ ଏକ ବାଇକ୍ (ନଂ.ଓଡି୩୧ ଏଚ୍‌/୦୧୮୬) ଯୋଗେ ବିପୁଳ ପରିମାଣର ଗଞ୍ଜେଇ ନେଇ ସୁନ୍ଦରଗଡ ଜିଲାକୁ ଯାଉଥିଲେ । ସେମାନଙ୍କ ପଛେ ପଛେ ଏକ କାର୍ (ନଂ.ଓଡି୧୫କୁ / ୮୭୭୯) ସୁରକ୍ଷା ଦେଉଥିଲା। ଏ ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ରିଆମାଳ ଥାନା ପୋଲିସ ସେମାନଙ୍କୁ ପିଛା କରି ରିଆମାଳ ଡଙ୍ଗାଘାଟଠାରେ ଅଟକାଇଥିଲା । ଯାଞ୍ଚ ସମୟରେ ଯୁବକ ଦ୍ବୟଙ୍କ ନିକଟରୁ ପ୍ରାୟ ୧.୨୫ କୁଇଣ୍ଟାଲ ଗଞ୍ଜେଇ ବାହାରିଥିଲା ।

Umasankar Adv
Leave A Reply

Your email address will not be published.