ଗୁଜରାଟରେ ପିପିଇ କିଟ୍‌ ପିନ୍ଧି ନୃତ୍ୟ କଲେ ବାଳିକା ଦଳ

ରାଜକୋଟ, ଅକ୍ଟୋବର ୧୩ : ମା’ ଦୁର୍ଗାଙ୍କ ଆରାଧନରେ ଭାରତରେ ଏବେ ନବରାତ୍ରି ପାଳନ କରାଯାଉଛି। ଦେବୀ ପୀଠ ଗୁଡ଼ିକରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ଶ୍ରଦ୍ଧାଳୁମାନେ ୯ ଦିନ ଉପବାସ ରଖିଛନ୍ତି। ନବରାତ୍ରି ସମୟରେ ପ୍ରତିବର୍ଷ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବିଗତ ୨ ବର୍ଷ ହେବ କରୋନା ଭାଇରସ ମହାମାରୀ ଯୋଗୁଁ ନବରାତ୍ରିରେ ଉତ୍ସାହ ଦେଖାଯାଉ ନାହିଁ।

gpkandhamal

ଗୁଜରାଟର ପ୍ରସିଦ୍ଧ ଗରବା ଓ ଦାଣ୍ଡିଆ ନୃତ୍ୟ ପୂର୍ବ ବର୍ଷ ଭଳି ଆୟୋଜନ ହୋଇପାରି ନାହିଁ। ଯଦିଓ କିଛି ସ୍ଥାନରେ ଏହି ଲୋକପ୍ରିୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି, ତାହା ପୁଣି କରୋନା କଟକଣା ମଧ୍ୟରେ ସୀମିତ। ରାଜକୋଟରେ ଗତ ସୋମବାର ନବରାତ୍ରି ଅବସରରେ ଏକ ବାଳିକା ଟିମ ଗରବା ନୃତ୍ୟ ପରିବେଷଣ ରକିଛନ୍ତି। କିନ୍ତୁ ସେମାନେ ଗରବା ପୋଷାକ ବଦଳରେ ପିପିଇ କିଟ ପିନ୍ଧିଛନ୍ତି।  କୋଭିଡ ସଂକ୍ରମଣ ନିୟନ୍ତ୍ରିତ କରିବା ପାଇଁ ସାମାଜକୁ ସଚେତନ କରାଇବା ଉଦ୍ଦେଶ୍ୟରେ ପିପିଇ କିଟ ପିନ୍ଧି ଗରବା ନୃତ୍ୟ କରାଯାଇଥିବା ନେଇ ଆୟୋଜକ ରକଶାନବେନ୍‌ ବୋରିୟା ସୂଚନା ଦେଇଛନ୍ତି। 

Umasankar Adv
Leave A Reply

Your email address will not be published.