କରୋନାରେ ମୃତ ବିପିଏଲ ପରିବାରକୁ କେରଳ ସରକାର ମାସିକ ଆର୍ଥିକ ସହାୟତା ଦେବେ ୫୦୦୦ ଟଙ୍କା

ଥିରୁଅନନ୍ତପୁରମ, ଅକ୍ଟୋବର ୧୪ : କରୋନା ଭାଇରସ ମହାମାରୀ ଯୋଗୁଁ ନିଜର ଆତ୍ମୀୟଙ୍କୁ ହରାଇଥିବା ପରିବାରକୁ କେରଳ ସରକାର ମାସିକ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବେ। ଏହି ଆର୍ଥିକ ସହାୟତା ବିପିଏଲ ପରିବାରକୁ ଆଗାମୀ ୩ ବର୍ଷ ପାଇଁ ମିଳିବ। କେରଳ ରାଜ୍ୟ କ୍ୟାବିନେଟରେ ବୁଧବାର ଏହି ନିଷ୍ପତ୍ତି ନିଆଯାଇଛି।  ବିପିଏଲ ପରିବାରରୁ ଯଦି କୌଣସି ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥାଏ, ସେହି ପରିବାରକୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। କ୍ୟାବିନେଟରେ ନିଷ୍ପତ୍ତି ହେବା ପରେ କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାୟଳର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 

gpkandhamal

କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ପୀଡିତ ପରିବାର ଏକ ସାଦା କାଗଜରେ ଦରଖାସ୍ତ ଆବେଦନ କରିପାରିବେ। ସଂବନ୍ଧୀତ ଜିଲ୍ଲାପାଳ ଓ ରାଜସ୍ବ କର୍ତ୍ତୃପକ୍ଷ ଏନେଇ ସ୍ବତନ୍ତ୍ର ପଦକ୍ଷେପ ନେବେ। ହିତାଧିକାରୀଙ୍କୁ ସର୍ବାଧିକ ୩୦ ଦିନ ମଧ୍ୟରେ ଟଙ୍କା ଜମା କରାଯିବ। କିନ୍ତୁ ଗ୍ରାମ୍ୟ ଅଧିକାରୀ ସୁନିଶ୍ଚିତ କରିବେ ଯେ, ପୀଡିତ ପରିବାରରୁ କେହି ସରକାରୀ ଚାକିରୀଆ ଅଥବା ଆୟକରଦାତା ହୋଇ ନଥିବେ। 

Umasankar Adv
Leave A Reply

Your email address will not be published.