ଦିଲ୍ଳୀକୁ ହରାଇଲା କୋଲକାତା, ୧୫ରେ ଚେନ୍ନାଇ ସହ ଫାଇନାଲ ମୁକାବିଲା

ଶାର୍‌ଜା, ଅକ୍ଟୋବର ୧୪ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧ର କ୍ବାଲିଫାୟର-୨ ମ୍ୟାଚ୍‌ ରୋମାଂଚକର ହୋଇଛି। ଶାର୍‌ଜା କ୍ରିକେଟ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍‌ର ଶେଷ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସକୁ କୋଲକାତା ନାଇଟ ରାଇଡର୍ସ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୩୫ ରନ୍‌ କରିଥିଲା। ଫଳରେ କୋଲକାତାକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୩୬ ରନ୍‌ର ଲକ୍ଷ୍ୟ ମିଳିଥିଲା।  କମ୍‌ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲେ ବି କୋଲକାତା ଏହାକୁ ସହଜରେ ହାସଲ କରିପାରି ନଥିଲା। କାରଣ ଦିଲ୍ଲୀର ବୋଲରମାନେ ଆକ୍ରମଣାତ୍ମକ ଶୈଳୀରେ ବୋଲିଂ କରୁଥିଲେ। କୋଲକାତା ୧୯.୫ ଓଭରରେ ୭ ୱିକେଟ ହରାଇ ୧୩୬ ରନ୍‌ ସଂଗ୍ରହ କରିବା ସହିତ ଦିଲ୍ଲୀକୁ ପରାସ୍ତ କରିଥିଲା। ଏଥି ସହିତ କୋଲକାତା ଆଇପିଏଲ୍‌-୨୦୨୧ର ଫାଇନାଲରେ ପ୍ରବେଶ କରିଛି। ଅକ୍ଟୋବର ୧୫ ତାରିଖରେ ଦୁବାଇରେ ଫାଇନାଲ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ସହିତ ଖେଳିବ। 

gpkandhamal

ଦିଲ୍ଲୀ ଓ କୋଲକାତା ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଶେଷ ଓଭର ନାଟକ ଭଳି ହୋଇଥିଲା। ଏକଦା କୋଲକାତାର ବିଜୟ ସହଜ ଭଳି ମନେ ହେଉଥିଲା। କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ଶେଷ ଓଭରରେ ପ୍ରଶଂସନୀୟ ବୋଲିଂ କରିଥିଲା। ଫଳରେ ମ୍ୟାଚ ୧୯.୫ ଓଭର ପର୍ଯ୍ୟନ୍ତ ଜାରି ଥିଲା। କୋଲକାତାକୁ ଶେଷ ଓଭରରେ ୭ ରନ୍‌ ଦରକାର ଥିଲା। ସେହି ସମୟରେ ରବିଚନ୍ଦ୍ରନ ଅଶ୍ବିନ ବୋଲିଂ କରୁଥିଲେ। ଚଳିତ ସଂସ୍କରଣରେ ଭଲ ବୋଲିଂ କରି ନଥିବା ଅଶ୍ବିନ ଦିଲ୍ଲୀ ବିପକ୍ଷରେ ଶେଷ ଓଭରରେ ଦମଦାର ପ୍ରଦର୍ଶନ କରିଥିଲେ ଏବଂ ୨ଟି ୱିକେଟ ନେଇଥିଲେ। କିନ୍ତୁ ରାହୁଲ ତ୍ରିପାଠୀ ଛକା ମାରି କୋଲକାତାକୁ ବିଜୟ ଦେଇଥିଲେ। 

Umasankar Adv
Leave A Reply

Your email address will not be published.