ନିଶାକ୍ତ ଦ୍ରବ୍ୟ ସଂପର୍କିତ ସୂଚନା ଦେଲେ ମିଳିବ ପୁରସ୍କାର

ଅହମଦାବାଦ୍‌, ଅକ୍ଟୋବର ୧୪ : ଗୁଜରାଟ ସରକାର ନିଶାକ୍ତ ଦ୍ରବ୍ୟର ବ୍ୟବହାରକୁ ନିୟନ୍ତ୍ରିତ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏବେ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ନିଶାକ୍ତ ଦ୍ରବ୍ୟ ସଂପର୍କିତ ସୂଚନା ପ୍ରଦାନ କଲେ ଗୁଜରାଟ ସରକାର ଏଣିକି ପୁରସ୍କାର ଦେବେ। ଯେଉଁ ବ୍ୟକ୍ତି ନିଶାକ୍ତ ଦ୍ରବ୍ୟର କାରବାର ନେଇ ଏହି ସୂଚନା ପ୍ରଦାନ କରିବ, ସେହି ବ୍ୟକ୍ତିଙ୍କୁ ପୁରସ୍କାର ମିଳିବ। ସରକାରଙ୍କ ଦ୍ବାରା ଜବତ ହୋଇଥିବା ଜିନିଷର ମୂଲ୍ୟର ୨୦ ପ୍ରତିଶତ ସୂଚନା ପ୍ରଦାନକାରୀଙ୍କୁ ପୁରସ୍କାର ଆକାରରେ ମିଳିବ। ସରକାରୀ ବ୍ୟକ୍ତି ହୁଅନ୍ତୁ ଅଥବା ସାଧାରଣ ନାଗରିକ ହୋଇଥାନ୍ତୁ, ପୁରସ୍କାର ରାଶି ସମସ୍ତ ସୂଚନା ପ୍ରଦାନକାରୀଙ୍କୁ ମିଳିବ। 

gpkandhamal

ଗୁଜରାଟରେ ସମୁଦ୍ର ଉପକୂଳ ଦୀର୍ଘ ହୋଇଥିବାରୁ ପାକିସ୍ତାନ, ଇରାନ ଓ ଆଫଗାନିସ୍ତାନରୁ ନିଶା ଦ୍ରବ୍ୟ ଚାଲାଣ ହେଉଛି। ଏହି ଚୋରାଚାଲାଣ ଜଣାପଡ଼ିବା ପରେ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଗତମାସରେ ମୁନ୍ଦ୍ରା ବନ୍ଦରରୁ ୨୧ ହଜାର କୋଟି ଟଙ୍କା ମୂଲ୍ୟର ୨୯୮୮ କିଲୋ ୨୧୦ ଗ୍ରାମ ହେରୋଇନ ଜବତ କରାଯାଇଥିଲା। 

Umasankar Adv
Leave A Reply

Your email address will not be published.