ମଣ୍ଡପରେ ମହାମାୟାଙ୍କ ମହାନବମୀ

ଭୁବନେଶ୍ୱର, ଅକ୍ଟୋବର ୧୪ : ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ । ଚଳଚଞ୍ଚଳ ପୂଜା ମଣ୍ଡପ । ମନ୍ତ୍ର ପାଠରେ କମ୍ପୁଛି ପରିବେଶ । କରୋନା କଟକଣା ପାଇଁ ଏଥର ସମସ୍ତ ପୂଜା ମଣ୍ଡପରେ ଭକ୍ତଶୂନ୍ୟ ହୋଇଛି । କରୋନା କଟକଣା ଯୋଗୁଁ ଏଥର ସେଭଳି ଉତ୍ସାହ ନାହିଁ । ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇଥିବାରୁ ଫେସବୁକ, ୟୁଟ୍ୟୁବ ମାଧ୍ୟମରେ ବିଭିନ୍ନ ପୂଜା କମିଟି ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି । ସାଧାରଣ ଭକ୍ତଙ୍କୁ ମଣ୍ଡପକୁ ବାରଣ ଥିବାରୁ ମାଙ୍କ ମୃଣ୍ମୟୀ ମୂର୍ତ୍ତି ସହ ମଣ୍ଡପ ପାଶ୍ୱର୍ଗୁଡିକ ଆବଦ୍ଧ କରି ଦିଆଯାଇଛି ।  ସେହିପରି ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପରେ ମହାମାୟାଙ୍କ ଚାଲିଛି ନବମୀ ପୂଜା । ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ପୂଜା ଚାଲିଛି ମାତ୍ର ଭକ୍ତଙ୍କ ଦେଖାନାହିଁ । କାରଣ କରୋନା କଟକଣା ପାଇଁ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି । କରୋନା କଟକଣା ପାଇଁ ପୂର୍ବଭଳି ସାଜସଜ୍ଜା ଜାକଜମକ ନାହିଁ କି ନାହିଁ ଗହଳି ଚହଳି । ଏହାସହିତ ଷ୍ଟେସନ ବଜାର, ସହିଦ ନଗର, ନୟାପଲ୍ଲୀ ପୂଜା ମଣ୍ଡପରୁ ମାଆଙ୍କ ପୂଜାକୁ ସୋସିଆଲ ମିଡିଆରେ ଲାଇଭ୍ କରୁଛନ୍ତି ବିଭିନ୍ନ ପୂଜା କମିଟି । 

gpkandhamal

ଅନ୍ୟପଟେ କଟକର ଶକ୍ତିପୀଠଗୁଡିକରେ ମହାମାୟାଙ୍କ ପୂଜା ଚାଲିଛି । କରୋନା କଟକଣା ଭିତରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜାବିଦ୍ଧି କରାଯାଉଛି । କଟକ ସହରରେ ଶାରଦୀୟ ଦୁର୍ଗାପୂଜା ନିରାଡମ୍ବର ଭାବେ ପାଳନ କରାଯାଉଛି । କରୋନା ସଂକ୍ରମଣ ଭୟଥିବାରୁ କୋଭିଡ କଟକଣା ମଧ୍ୟରେ ଉଭୟ ପୂଜାମଣ୍ଡପ ଓ ଶକ୍ତିପୀଠଗୁଡିକରେ ପୂଜା ଅନୁଷ୍ଠିତ ହେଉଛି ।

Umasankar Adv
Leave A Reply

Your email address will not be published.