ପୋଲିସ ଏନକାଉଣ୍ଟରରେ ୨ କୁଖ୍ୟାତ ଅପରାଧୀ ଆହତ

ରାଉରକେଲା, ଅକ୍ଟୋବର ୧୪ : ରାଉରକେଲା ବିଶ୍ରା ଛକ ନିକଟରେ ପୋଲିସର ଏନକାଉଣ୍ଟର । ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏନକାଉଣ୍ଟଟରରେ ଗୁରୁତର ହୋଇଥିବା ୨ ଅପରାଧୀ ହେଉଛନ୍ତି ମୁସତାକ ଆଲମ ଓ ଏମଡି ଗୁଡୁ ।  ସୂଚନା ଅନୁସାରେ, ରାଉରକେଲା ବିଶ୍ରା ଛକ ନିକଟରେ ୨ ଜଣ ଅପରାଧୀଙ୍କୁ ଘେରିଯାଇଥିଲେ ପୋଲିସ । କିନ୍ତୁ ପୋଲିସ ଘେରିବା ଦେଖି ଆକ୍ରମଣ କରିବାକୁ ଲାଗିଥିଲେ । କିଛି ସମୟ ଧରି ପୋଲିସ ଅପରାଧୀ ମୁହାଁମୁହିଁ ହୋଇଥିଲେ । ଶେଷରେ ପୋଲିସ ଗୁଳିରେ ୨ ଅପରାଧୀ ମୁସତାଜ ଆଲମ ଓ ଏମଡି ଗୁଡୁ ଗୁରୁତର ହୋଇଛନ୍ତି । 

gpkandhamal

ତେବେ ଉଭୟଙ୍କ ଗୋଡରେ ଗୁଳି ବାଜିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି । ପ୍ଲାଣ୍ଟ ସାଇଡ ଥାନା ରେଲୱେ କଲୋନୀ ରିମଝିମ ବସ୍ତିରେ ଘଟିଥିବା ହତ୍ୟାକାଣ୍ଡରେସ୍ମ୍‌ୃକ୍ତ ଥିଲେ ଏହି ୨ ଅପରାଧୀ ।

Umasankar Adv
Leave A Reply

Your email address will not be published.